ଅନୁଗୁଳ ରେ ୪୮ ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା

ଅନୁଗୁଳ ( ୧୫/୦୬, ପିପିଏଲ୍ ନ୍ୟୁଜ୍) :ଅନୁଗୋଳରେ କରୋନା ପଜିଟିଭ ସଂଖ୍ୟା ପହଞ୍ଚିଲା ୪୮ରେ । ଗୋଟିଏ ଦିନରେ ୬ ଜଣ ପଜିଟିଭ ଚିହ୍ନଟ ।ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥୁବାରୁ ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର ପ୍ରତିରୋଧ ନିମନ୍ତେ ସରକାରଂକ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ ଭାବେ କରାଯାଉଛି । ଆଜି ଗୋଟିଏ ଦିନରେ ଅନୁଗୋଳ ଜିଲ୍ଲାରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ଉପଖଣ୍ଡ ଅଂଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ୪ ଜଣ ପୁରୁଷ ଯାହଙ୍କର ବୟସ ୨୬ ( ୨ ଜଣଙ୍କର ) , ୩୫ ଓ ୫୦ ଅଟେ ଓ ଏନ୍ ଟି ପି ସି କଣିହାଁ ଅଂଚଳର ଜଣେ ୨୬ ବର୍ଷିୟା ମହିଳାଙ୍କର ସ୍ଵାବ ନମୁନାରୁ ପଜିଟିଭ ଜଣାପଡିଛି । ଏହାଛଡା ଅନୁଗୋଳ ବ୍ଳକ୍ ଅଂଚଳର ଜଣେ ୨୦ ବର୍ଷ ବୟସ୍କ ଯୁବକ ମହାରାଷ୍ଟ୍ରରୁ ଫେରି ଚଳିତ ମାସ ୧୦ ତାରିଖରୁ ସଂଗରୋଧରେ ଥିଲେ ତାଙ୍କର ମଧ୍ୟ ପଜିଟିଭ ବାହାରିଛି । ସମସ୍ତ ଙ୍କର କୌଣସି ଲକ୍ଷଣ ନ ଥାଇ ସେମାନଂକର ପଜିଟିଭ ଜଣାପଡିବା ପରେ ଆଜି ସେମାନଂକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ଆଠମଲ୍ଲିକର ଉକ୍ତ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥୁବା ୪ ଜଣ ପୁରୁଷ ଙ୍କ ମଧ୍ୟରୁ ୨ ଜଣ ଗଂଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି ଏବଂ ଏହା ମଧ୍ୟରେ ସେମାନେ ନିଜ ଘରକୁ ଯାଇ ଚଳିତ ମାସ ୧୧ ତାରିଖରେ ଫେରିଥିଲେ । ସେହିପରି ଅନ୍ୟ ୨ ଜଣଙ୍କ ମଧ୍ୟରୁ ସାଲେପୁର ଅଂଚଳର ଜଣେ ଓ ବିହାରର ଜଣେ ବ୍ୟକ୍ତି ଲକ୍ ଡାଉନ୍ ପୁର୍ବରୁ ଉକ୍ତ କମ୍ପାନୀରେ କାମ କରୁଥୁଲେ । ଏହି ୬ ଜଣ ପଜିଟିଭକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪୮ରେ ପହଂଚିଲା । ବର୍ତ୍ତମାନ ସୁଦ୍ଧା ୩୧ ଜଣ ସୁସ୍ଥ ହୋଇ ୧୪ ଦିନ ନିରିକ୍ଷଣରେ ରହିବା ପରେ ସ୍ଵଗୃହକୁ ଫେରିଛନ୍ତି ।

ରିପୋର୍ଟ : ଜଗନ୍ନାଥ ଅଗ୍ରୱାଲ୍

Leave a Reply

Your email address will not be published. Required fields are marked *