ଅନୁଗୋଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଅନୁଗୁଳ(୦୩/୧୦,ପିପିଏଲ୍ ନ୍ୟୁଜ୍) : ଜାତୀୟ ଛାତ୍ର କଂଗ୍ରେସ ସମ୍ପାଦକ ତଥା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ   ରୋଶନ ଲାଲ ବିଟୁ ଙ୍କ ଆହ୍ୱାନ କ୍ରମେ  , ଛାତ୍ର ନେତା ବାପୁଜୀ ପ୍ରଧାନ ଙ୍କ ନେତୃତ୍ୱରେ ଦେଶ ସରକାର ଆଣିଥିବା କୃଷକ ବିଲ, ଓ ଉତ୍ତର ପ୍ରଦେଶ ହାଥରସ ରେ ଦଳିତ ଝିଅ ମନୀଷା ବାଲ୍ମୀକ ଯେଉଁ ଗଣଦୁଷ୍କର୍ମର ଶିକାର ହୋଇ ମୃତୁ ବରଣ କରିଛନ୍ତି ତାଙ୍କର ପରିବାର ଲୋକଙ୍କୁ କଂଗ୍ରେସ ର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀ ଦେଖା କରିବାକୁ ଯିବା ବେଳେ ଯେଉଁ ପ୍ରକାର ର ଉତ୍ତର ପ୍ରଦେଶର  ପୋଲିସ ଦୁର୍ବ୍ୟବହାର କରିଅଛି ତାର ପ୍ରତିବାଦ ରେ ସ୍ଥାନୀୟ କଂଗ୍ରେସ ଭବନ ଠାରୁ ଏକ ମଶାଲ ଶୋଭା ଯାତ୍ରା ବାହାରି ଜାତୀୟ ରାଜ ପଥ ଠାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଶିବାନୀ ଶଙ୍କର ଗୌଡ ଛାତ୍ର ନେତା ଅରୂପ ସାମଲ, ଫାରୁକ ଏହେମଦ, ସୋମ୍ୟ ରଞ୍ଜନ ସାହୁ,ଏସ କେ ରିହାନ, ରାକେଶ ଦେହୁରୀ, ବିରଜା ଶଙ୍କର ମହାପାତ୍ର, ରିତେଶ ରଞ୍ଜନ ଦାସ,  ଓ ଶତାଧିକ ଛାତ୍ର ନେତା ସାମିଲ ହୋଇଥିଲେ।
ରିପୋର୍ଟ – ନରୋତ୍ତମ ସେଠୀ

Leave a Reply

Your email address will not be published. Required fields are marked *