ଆଇପିଏଲ୍ ସ୍ପନସରଶିପ ରୁ ହଟିଲା ‘VIVO’

ନୂଆଦିଲ୍ଲୀ (୦୪.୦୮, ପିପିଏଲ ନ୍ୟୁଜ) : ଭାରତ-ଚୀନ୍ ବିବାଦର ପ୍ରଭାବ ପଡ଼ିଛି ଚଳିତ ବର୍ଷ ଆଇପିଏଲ୍ ଉପରେ। ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ) ରେ ଟାଇଟଲ ସ୍ପନସର ମଧ୍ୟରୁ “VIVO” ହଟିଯାଇଛି। ଭାରତ- ଚୀନ୍ ବିବାଦ ପରଠାରୁ ଭାରତରେ ଚାଇନିଜ୍ ସାମଗ୍ରୀର ଦୃଢ଼ ବିରୋଧ କରାଯାଉଛି। ତେଣୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ର ବୈଠକରେ ଏହାକୁ ଚାରିଆଡୁ ବିରୋଧ କରାଯାଇଥିଲା, ତେବେ ଲଗାତାର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ପକ୍ଷରୁ ହଟି ଯାଇଛି। ସୂଚନା ମୁତାବକ ଅଇପିଏଲ୍ ସହ VIVO ମଧ୍ୟରେ ଆଉ ତିନି ବର୍ଷର ଚୁକ୍ତି ବାକି ରହିଛି। ଏବଂ ଏଥିପାଇଁ ଚାଇନିଜ୍ ମୋବାଇଲ୍ କମ୍ପାନୀ ଆଗାମୀ ଚାରି ବର୍ଷ ସଂସ୍କରଣରେ ପୁଣିଥରେ ଆଇପିଏଲ ସହ ଜଡ଼ିତ ହେବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଚୀନ୍ ର ଏହି ସ୍ମାର୍ଟଫୋନ କମ୍ପାନୀ ୨୦୧୮ ମସିହାରେ ୨୧୯୯ ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପାଇଁ ଆଇପିଏଲ ର ଟାଇଟଲ ସ୍ପନସର ଚୁକ୍ତି ହାସଲ କରିଥିଲା। ଯେହେତୁ ଚଳିତ ବର୍ଷ VIVO ଆଇପିଏଲ ସ୍ପନସର୍ ରୁ ହଟି ଯାଇଛି ତେଣୁ ୨୦୨୨ ବଦଳରେ ୨୦୨୩ କୁ ବୃଦ୍ଧି ପାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ଏହି ଚୁକ୍ତିକୁ ବାତିଲ କରିବା ପାଇଁ ବିସିସିଆଇ କୁ କହିଥିଲା, ନହେଲେ ଆମେ ଦେଶର ସବୁ ଲୋକଙ୍କୁ ଆଇପିଏଲ କୁ ବୟକଟ କରିବାକୁ କହିବୁ ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ କୁହାଯାଇଥିଲା।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *