ଆଓ ଟିଭିରେ ପ୍ରସାରିତ ହେଲା ୱେବ ସିରିଜ୍ “ଲେଡିସ୍ ହଷ୍ଟେଲ “

ଭୁବନେଶ୍ୱର (୨୪/୦୭ , ପିପିଏଲ୍ ନ୍ୟୁଜ୍) : ଆଓ ଟିଭିରେ streaming ହେଲା ବହୁ ପ୍ରତିଖିତ ଓଡ଼ିଆ ୱେବ ସିରିଜ୍ “ଲେଡିସ୍ ହଷ୍ଟେଲ” । ‘ଲେଡିସ୍ ହଷ୍ଟେଲ ’ ଏବେ ଆଓ ଟିଭିର ଓଟିଟି ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ । ଯାହାକୁ ଦର୍ଶକ ଆଓ ଟିଭି ୱେବ ଆପ୍ ମାଧ୍ୟମରେ ଦେଖିପାରିବେ। ଓଡ଼ିଆ ୱେବ ସିରିଜ୍ ଦେଖିବାର କୌଣସି ସାଧନା ନଥିବ ବେଳେ ଆଓ ଟିଭି ଦର୍ଶକଙ୍କ ପାଇଁ ଆଣି ଦେଇଛି ଏଇ ଅପୂର୍ବ ସୁଯୋଗ । ଆଓ ଟିଭି ଏମିତ ଏକ ଏକକ ଓଟିଟି ପ୍ଲାଟଫର୍ମ ଯେଉଁଠି ବିଶ୍ଵବ୍ୟାପୀ କୋଟି କୋଟି ଓଡ଼ିଆ ଦର୍ଶକ ଦେଖି ପାରୁଛନ୍ତି ନୂଆ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗକୁ କ୍ଷୁଦ୍ର ସିନେମା , ଆଓ ଓରିଜିନାଲ ୱେବ ସିରିଜ୍ , ମ୍ୟୁଜିକ ଆଲବମ ଓ ଛୋଟ ଛୋଟ ପିଲାଙ୍କ ଲାଗି ଉଦ୍ଧିଷ୍ଟ ଶିକ୍ଷଣୀୟ କାର୍ଟୁନ ସୋ।
ଏବେ ରିଲିଜ୍ ହୋଇଥିବା ୱେବ ସିରିଜ୍ ‘ଲେଡିସ୍ ହଷ୍ଟେଲ ‘ ରେ ଅଭିନୟ କରିଛନ୍ତି ଓଡିଶାର ଚର୍ଚ୍ଚିତ ହାସ୍ୟ ଅଭିନେତା ପପୁ ପମ୍ ପମ୍ । ପପୁଙ୍କ ସହ ଏହି ୱେବ ସିରିଜ୍ ରେ ମୁକେଶ, ରାଜ୍ , ଜଗନ୍, ସିଦ୍ଧାର୍ଥ ,ସୁମିତ୍,ଅଜୁ,ସତ୍ୟ , ପଂଚୁଅ , ପ୍ରଶାନ୍ତ , ଅଭି, ଦୁର୍ଲଭ, ହାଂଡ୍ଡୁ , ଆରୟନ୍ , ରଚିତା, ଡାଇନା, ସସ୍ମିତା , ଚିଂକି , ମିଙ୍କୀ , ଅମ୍ରିତା ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *