ଆଗୁକୁ ଆସୁଛି ଅସମ୍ଭାଳ ବର୍ଷା

ଭୁବନେଶ୍ୱର(୨୧/୦୮, ପିପିଏଲ୍ ନ୍ୟୁଜ) :ଆଗାମୀ ଦିନରେ ଅସମ୍ଭାଳ ବର୍ଷାର ସମ୍ଭାବନା ରହିଛି । ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ସୂଚନା ଅନୁଯାଇ ଆସନ୍ତା ୨୩ ତାରିଖରେ ଅବପାତର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ, ଆଗକୁ ଅସମ୍ଭାଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଏବଂ ଦେଓଗଡକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଯେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଂଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆଜିଠୁ ବର୍ଷାର ପରିମାଣ କମିବ । ପୁଣି ୨୩ରୁ ବର୍ଷା ବଢିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ଘଣ୍ଟାରେ କଟକ ସାଲେପୁରରେ ସର୍ବାଧିକ ୩୦୦ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳରେ ବର୍ଷା କମିବ ହେଲେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ । ସେଥିପାଇଁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଏବଂ ଦେଓଗଡକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଯେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଂଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆଜିଠୁ ବର୍ଷାର ପରିମାଣ କମିବ । ପୁଣି ୨୩ରୁ ବର୍ଷା ବଢିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ଘଣ୍ଟାରେ କଟକ ସାଲେପୁରରେ ସର୍ବାଧିକ ୩୦୦ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳରେ ବର୍ଷା କମିବ ହେଲେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ରିପୋର୍ଟ – ଶ୍ଵେତାଲିନ୍

Leave a Reply

Your email address will not be published. Required fields are marked *