ଆଜି ପରୀ ଗାଁ ଗସ୍ତ ରେ ବିରୋଧୀ

ଭୁବନେଶ୍ୱର(୦୫/୧୨,ପିପିଏଲ୍ ନ୍ୟୁଜ୍) : ନୟାଗଡ଼ ଜିଲ୍ଲା ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚାର ପ୍ରସଙ୍ଗ ସାଜିଛି । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ଏହି ଗସ୍ତରେ ଯିବେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଟିମରେ ନୟାଗଡ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପରୀ ପ୍ରସଙ୍ଗରେ ଦଳ ଭିତରେ ଥିବା ଫାଟ ପ୍ୟାଚ ପଡିଥିବା କୁହାଯାଉଛି । ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପରୀ ଗାଁ ଯଦୁପୁରକୁ ଯିବ ବିଜେପିର ଏକ ଟିମ୍ । ଗାଁରୁ ଫେରିବା ପରେ ନୟାଗଡ଼ରେ ରିଲେ ଅନଶନ କରିବ ଦଳ ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *