ଆଜି ପୁଣି ଭୁବନେଶ୍ୱରରୁ ୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(୧୪/୦୬,ପିପିଏଲ ନ୍ୟୁଜ୍): ଭୁବନେଶ୍ୱରରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ଚିକିତ୍ସାଧୀନ ଥିବାବେଳେ  ୬୦ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ ଶ୍ରୀବିହାରର ଗୋଟିଏ ପରିବାରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟ ଗୋଟିଏ ପରିବାରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍‌-୪ ଶାସ୍ତ୍ରୀ ନଗରର ଗୋଟିଏ ପରିବାରରୁ ୨ଜଣ, ଡୁମୁଡୁମା ଫେଜ୍-୧ରୁ ଜଣେ, କଳିଙ୍ଗ ବିହାର ଶୈଳବାଳା ଏନ୍‌କ୍ଲେଭ୍‌ ନିକଟରୁ ଜଣେ, ସତ୍ୟ ନଗରରୁ ଜଣେ, ନୟାପଲ୍ଲୀ ସବର ସାହିରୁ ଜଣେ, ରସୁଲଗଡ଼ ନେତାଜୀ ବିହାରରୁ ଜଣେ, ଯଦୁପୁରରୁ ଜଣେ ଓ ୟୁନିଟ୍‌-୩ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ- ସନ୍ତୋଷ ସାହୁ

Leave a Reply

Your email address will not be published. Required fields are marked *