ଆଜି ପୁଣି ଭୁବନେଶ୍ୱରରେ ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(୧୭/୦୬,ପିପିଏଲ୍ ନ୍ୟୁଜ୍): ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭ରୁ ୧୪ ହୋମ୍ କ୍ୱାରେଣ୍ଟିନ, ୩ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୩ ଲୋକାଲ କଣ୍ଟାକ୍ଟ କେସ୍‌ରୁ ୨ ପୁରୁଷ ଏବଂ ଜଣେ ମହିଳା। ୩ ଲୋକଲ କେସ୍ ମଧ୍ୟରୁ ନହରକଣ୍ଟା ଅଞ୍ଚଳରୁ ଜଣେ ୨୭ ବର୍ଷୀୟ ଯୁବକ, ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜୟଦେବ ବିହାରର ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଥିବ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି। ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୭ ପଜିଟିଭରୁ ୭ ରେଲୱେ ଅଧିକାରୀ ମଧ୍ୟ ଅଛନ୍ତି। ଆକ୍ରାନ୍ତ ରେଲୱେ ଅଫିସରମାନଙ୍କ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ବୋଲି ବିଏମ୍‌ସି କହିଛି।
ଆଜିର ୧୭ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି, ସେଥିମଧ୍ୟରୁ ୮୨ ସୁସ୍ଥ ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ୬୪ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍‌ କରିଛି ବିଏମ୍‌ସି।

ରିପୋର୍ଟ- ଶ୍ୱେତାଲିନ୍ ମହାନ୍ତି

Leave a Reply

Your email address will not be published. Required fields are marked *