ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ

ଭୁବନେଶ୍ୱର(୨୧/୧୧,ପିପି ଏଲ ନ୍ୟୁଜ):ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ। ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ସ୍ଥାପିତ କରାଯାଇଥିଲା।୧୯୯୬ ମସିହା ୨୧ ନଭେମ୍ବର ଏବଂ ୨୨ ନଭେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା।

ଟେଲିଭିଜନ ଏକ ଜନ ମାଧ୍ୟମ, ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ଗପସପ ଆଦି ପ୍ରଦାନ କରିଥାଏ। ଏହା ଧ୍ୱନିରେ ଚାଲୁଥିବା ଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ। ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏହା ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଗଣାଯାଏ। ଟେଲିଭିଜନ ସମାଜରେ ସୂଚନା ପହଞ୍ଚାଇବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି।
ଟେଲିଭିଜନ୍‌ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ, ସମାନ ଉଦ୍ଦେଶ୍ୟ ଥିବା ଏକାଧିକ ଦିବସ ପାଳନ କରାଯାଉଥିବାରୁ ଜର୍ମାନି ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି କହୁଥିଲେ।ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ୍ ଦେବାରୁ ବିରତ ହେବା ସତ୍ତ୍ବେ ଏହି ଦିନକୁ ‘ଜାତି ସଂଘ’ ମାନ୍ୟତା ଦେଇଥିଲା।

ରିପୋର୍ଟ-ସ୍ୱପ୍ନାଲିକା ବରାଡ଼

Leave a Reply

Your email address will not be published. Required fields are marked *