ଭୁବନେଶ୍ୱର(୨୬/୧୧,ପିପିଏଲ୍ ନ୍ୟୁଜ୍) : ଦର୍ଶକ ବନ୍ଧୁ ଆପଣ ହୁଏତ ଜାଣି ନଥିବେ ବେଲଗଛ ଆମ ଦେହ ପାଈଁ କେତେ ଉପକାରିତା ।ବେଲ ଖାଇବା ଆମ ଶରୀର ପାଈଁ କେତେ ଜରୁରୀ । ସାଧାରଣତଃ ଆପଣ ଜାଣିଥିବେ ମହାଦେବଙ୍କ ପାଖରେ ସବୁ ଦିନ ବେଲ ପତ୍ର ଲାଗିଥାଏ । ଆପଣ ଦେଖି ଥିବେ ମନ୍ଦିରରେ ପୂଜକ ପୁଜା ପରେ ଭକ୍ତ ମାନଙ୍କୁ ବେଲ ପତ୍ର ପ୍ରସାଦ ରୂପେ ଖାଇବାକୁ ଦିଅନ୍ତି ଯାହା ଦ୍ଵାରା ଉପାସ ଥିବା ଭକ୍ତଟିର ପେଟ ଗ୍ୟାସ ଦୁର କରିବାରେ ବହୁତ ସାହାଯ୍ୟ କରିଥାଏ ଏବଂ ଆପଣ ଜାଣିଥିବେ ଜଗନ୍ନାଥ ଅଣସରଘରେ ଥିବା ସମୟରେ ଜଗନ୍ନାଥଙ୍କୁ ଜର ହେବା ସମୟରେ ଜଗନ୍ନାଥ ଙ୍କୁ ୧୦ମୂଲ ଦିଆ ଯାଇଥାଏ ଯାହା କି ବେଳ ମୂଳ ଭୂମିକା ଦେଖିବାକୁ ମିଳିଥାଏ । ବେଲ ଗଛରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥାଏ ବେଲ ଗଛର ଫଳ ଅର୍ଥାତ ”ବେଲ” ଯାହାକି ଛୋଟ ପିଲାଙ୍କ ନାଳ ଝାଡା ହଉଥିବ ସମୟରେ ବାଟିକି ଦିଆ ଯାଇଥାଏ ଯାହାକି ବହୁତ କାମରେ ଆସିଥାଏ ଏବଂ ବର୍ତମାନ ଦେଖୁଥିବେ ମସଲା ଖାଦ୍ୟ ଖାଇବା ଦ୍ଵାରା ବହୁତ ଲୋକ ମଳକଣ୍ଟକ ରୋଗରେ ପୀଡିତ ହେଉଛନ୍ତି ଯଦି ଆପଣ କଞ୍ଚା ବେଲକୁ ସିଝେଇକି ଖାଇବେ ଯାହା ଦ୍ଵାରା ମଳକଣ୍ଟକ ଭଳି ଯନ୍ତ୍ରଣା ଦାୟକ ରୋଗ ଭଲ ହେଇଥାଏ।
ରୀପୋର୍ଟ – ସୁଶାନ୍ତ
ରିପୋର୍ଟ:ସୁଶାନ୍ତ ପାଣିଗ୍ରାହୀ,PPL News