ଉତ୍ତେଜିତ ହୋଇ ଥାନା ଘେରାଉ କଲେ ସ୍ଥାନୀୟ ବାସିନ୍ଦା


ରାଉରକେଲା(୧୯/୧୧,ପିପି ଏଲ ନ୍ୟୁଜ):ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଥାନାକୁ ଘେରାଉ କରିଛନ୍ତି।ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଖବର ପାଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଛନ୍ତି l ତେବେ ହାଜତ ମୃତ୍ୟୁକୁ ଏସପି ଖଣ୍ଡନ କରିଛନ୍ତି l ଅଭିଯୁକ୍ତ ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ରିପୋଟ-ସ୍ୱପ୍ନାଲିକା ବରାଡ଼

Leave a Reply

Your email address will not be published. Required fields are marked *