ଏସ୍ ଭି ଏମ୍ କଲେଜ୍ : ଫର୍ମ୍ ଫିଲପ ଫି କୁ ବିରୋଧ କରି ଧାରଣା ରେ ବସିଲେ ଛାତ୍ରଛାତ୍ରୀ

ଜଗତସିଂହପୁର ( ୧୮/୦୧, ପିପିଏଲ୍ ନ୍ୟୁଜ୍) : ବର୍ଦ୍ଧିତ ଫର୍ମ ଫିଲ ଅପ୍ ଫି କୁ ବିରୋଧ କରି ଆଜି ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ଏସ୍. ଭି. ଏମ୍ କଲେଜ୍ ର +୩ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ଧାରଣା ରେ ବସିଛନ୍ତି । କଲେଜ ଅଧ୍ୟକ୍ଷାଙ୍କ ଅନୁପସ୍ଥିତି ସତ୍ତ୍ବେ ଦାୟିତ୍ଵ ରେ ଥିବା ଅଧ୍ୟାପକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବର୍ଦ୍ଧିତ ଫି କୁ ଛାଡ କରାଯାଉ ନଚେତ୍ କମ୍ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା କାଲି ଅଧ୍ୟକ୍ଷା ଆସିଲେ ଏ ନେଇ ମତାମତ ରଖାଯିବା ନେଇ ପିଲାମାନଙ୍କୁ ପ୍ରତିଶ୍ରୁତି ଦିଆଗଲା। ଅଧ୍ୟକ୍ଷା ଙ୍କ ନିଷ୍ପତ୍ତି ଶୁଣିବା ପର୍ଯ୍ୟନ୍ତ ପିଲାମାନେ ଫର୍ମ ଫିଲଅପ୍ କୁ ବର୍ଜନ କରିଛନ୍ତି ।

ରିପୋର୍ଟ୍ – ପ୍ରଭାତ ପରିଡା

Leave a Reply

Your email address will not be published. Required fields are marked *