ମୁମ୍ବାଇ (୨୮/୭,ପିପିଏଲ୍ ନ୍ୟୁଜ୍ ) : ଦିଗ୍ଗଜ ଅଭିନେତ୍ରୀ କୁମକୁମଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ୮୬ବର୍ଷ ହୋଇଥିଲା। ସେ ମଦର ଇଣ୍ଡିଆ,କୋହିନୂର,ଏକ ସପେରା ଏକ ଲୁଟେରା ଏବଂ ନୟା ଦୌର ଭଳି ଫିଲ୍ମରେ କାମ କରିଥିଲେ। କୁମକୁମଙ୍କ ପରଲୋକର ସୂଚନା ଅଭିନେତା ଜନି ଓ୍ବାକରଙ୍କ ପୁଅ ନାସିର ଖାନ୍ ଟ୍ବିଟରରେ ଦେଇଛନ୍ତି। ତାଙ୍କର କିପରି ମୃତ୍ୟୁ ହୋଇଛି ସେ ବିଷୟରେ କିଛି ଜଣା ପଡ଼ିପାରି ନାହିଁ। କୁମକୁମଙ୍କ ପରଲୋକ ପରଠୁ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।ନାସିର ଖାନ୍ ଜହ୍ନି ଓ୍ବାକର ଏବଂ କୁମକୁମଙ୍କ ଥ୍ରୋବ୍ୟାକ୍ ଫଟୋ ସେୟାର କରି ଲେଖିଛନ୍ତି ଯେ- ବିଗତ ଦିନର ଫିଲ୍ମ ଅଭିନେତ୍ରୀ କୁମକୁମ ଆଣ୍ଟିଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ହୋଇଥିଲା ସେ ବହୁତ ଫିଲ୍ମ, ଗୀତ ଏବଂ ନାଚ କରିଛନ୍ତି। ସେ ପାପା ଜହ୍ନି ଓ୍ବାକରଙ୍କ ବିପକ୍ଷରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି।ସେହିପରି ନାଭେଦ ଜାଫରି ମଧ୍ୟ ଲେଖିଛନ୍ତି ଯେ ଆମେ ଆଉ ଜଣେ ଦିଗ୍ଗଜଙ୍କୁ ହରାଇଲୁ। ସେ ପିଲାଦିନୁ ତାଙ୍କୁ ଜାଣିଛନ୍ତି। ସେ ଜଣେ ଚମତ୍କାର ଆର୍ଟିଷ୍ଟ୍ ଏବଂ ସୁନ୍ଦର ମଣିଷ ଥିଲେ। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ କୁମକୁମ ଆଣ୍ଟି।କୁମକୁମ୍ ୧୯୫୪ମସିହାରେ ଫିଲ୍ମ ଆର ପାର ଫିଲ୍ମର କଭି ଆର କଭି ପାର ଲଗା ତୀରେ ନଜରରୁ ଡାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ରାଜା ଔର ରଙ୍କ,ଗୀତ,ଆଁଖେ ଏବଂ ଲଲକାର ସହ ଅନେକ ସଫଳ ଫିଲ୍ମରେ କାମ କରିଥିଲେ।
ରିପୋର୍ଟ – ତପନ କୁମାର