ଓଡ଼ିଶା ରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର (୧୫/୦୫,ପିପିଏଲ୍ ନ୍ୟୁଜ୍) ଓଡ଼ିଶାରେ ପୁଣି ୪୮ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଚିହ୍ନଟ ନୂଆ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ଯାଜପୁରରୁ ୨ଜଣ, ନୟାଗଡ଼ରୁ ୩ଜଣ, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୧୧ ଜଣ ଚିକିତ୍ସାଧୀନ ଥିବାବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *