କମିଶନରେଟ ପୋଲିସ କାର୍ଯ୍ୟାଳୟ ରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର ( ୧୬/୦୭ , ପିପିଏଲ୍ ନ୍ୟୁଜ୍ ): ପୁଣି ଖାକିରେ ଲାଗିଲା କଳା ଦାଗ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ କନଷ୍ଟେବଳ ।ଏହି ଘଟଣା ଘଟିଛି ରାଜଧାନୀରେ । ଘର ଭଡ଼ା ବିଲ ପାସ କରାଇ ଦେବା କହି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନେଷ୍ଟବଳ । ଧରା ପଡିଥିବା କନଷ୍ଟେବଳ ହେଉଛନ୍ତି ସୁରେଶ ଦାସ । ସେ ଭୁବନେଶ୍ୱର ପୋଲିସ ସେବା ଭବନରେ ଆକାଉଣ୍ଟ ବିଭାଗରେ କାମ କରୁଥିଲେ । ସେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜବତ କରିବା ସହ ଗିରଫ କରିଥିଲେ । ଏ ଘଟଣା ପରେ ପୋଲିସ କମିଶନର ତୁରନ୍ତ ସସପେଣ୍ଡ କରିବା ସହ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *