କରୋନା ଭାକସିନକୁ ନେଇ ନୂଆ ବିବାଦ ; ଦେଖନ୍ତୁ କଣ କହିଲା ଆଇସିଏମ୍ଆର !

ନୂଆଦିଲ୍ଲୀ(୦୫/୦୭ , ପିପିଏଲ୍ ନ୍ୟୁଜ୍): କରୋନା ଭାକସିନକୁ ନେଇ ନୂଆ ବିବାଦ ଦେଖା ଦେଇଛି । ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି।

ଆଇସିଏମଆର୍ ପକ୍ଷରୁ ଆହୁରି କୁହାଯାଇଛି ଯେ ଅତ୍ୟାବଶ୍ୟକ ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ହାସଲ କରି ଏହାର ଲୋକାର୍ପଣ କରାଯିବ। କେବଳ ବ୍ୟବସ୍ଥାଗତ ବିଳମ୍ବକୁ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ଶୁକ୍ରବାର ଆଇସିଏମ୍ଆର ଡିଜି ବଳରାମ ଭାର୍ଗବ ଚିଠି ଲେଖି ‘କୋଭାକ୍ସିନ’ର ହ୍ୟୁମାନ୍ ଟ୍ରାଏଲକୁ ତ୍ୱରାନ୍ୱିତ କରିବା ସହ ଅଗଷ୍ଟ ୧୫ରେ ଲୋକାର୍ପଣ କରିବାକୁ କହିଥିଲେ।

ରିପୋର୍ଟ- ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *