କରୋନା ର ନୂଆ ରୂପ , ଗର୍ଭବତୀ ମହିଳା ଙ୍କ ପ୍ରତି ବଢ଼ିଲା ବିପଦ

ମୁମ୍ବାଇ (୨୪/୦୮,ପିପିଏଲ୍ ନ୍ୟୁଜ୍) : ବିଶ୍ବ ରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ବେଳେ ଏହା ବର୍ତ୍ତମାନ ଭାରତ ରେ ତାର ପ୍ରଭାବ ବୃଦ୍ଧି କରିବାରେ ଲାଗିଛି। ଅନ୍ୟପଟେ କରୋନାର ନୂଆ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷଜ୍ଞମାନଙ୍କ ଅନୁସାରେ କରୋନାରା SARS-CoV-2 ସଂକ୍ରମଣ ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ବଡ ବିପଦ ର କାରଣ ହୋଇଛି। ମୁମ୍ବାଇରେ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତ ଙ୍କୁ ଚକିତ କରିଛି । ମୁମ୍ବାଇରେ କରୋନା ଯୋଗୁଁ ଜଣେ ମହିଳାଙ୍କର ପ୍ରଥମ ତୈମାସିକରେ ହିଁ ଗର୍ଭପାତ ହୋଇଯାଇଛି । ଯାଞ୍ଚରୁ ଜଣାପଡିଛି ଯେ, କରୋନା ସଂକ୍ରମଣ ଗର୍ଭନାଳୀ ଏବଂ ପ୍ଲେସେଣ୍ଟା ମାଧ୍ୟମରେ ଭ୍ରୁଣ ପର୍ଯ୍ୟନ୍ତ ପହଞ୍ଚିଥିଲା । କାନ୍ଦିବଲିରେ ଥିବା ESIS ସହଯୋଗରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚ ଇନ୍ ରିପ୍ରଡକ୍ଟିଭ ହେଲ୍ଥ (NIRRH) ପକ୍ଷରୁ ଗତ ସପ୍ତାହରେ ଜାରି କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ଏହା ହେଉଛି ପ୍ରଥମ ଘଟଣା । କରୋନା ସଂକ୍ରମଣ ଦୁଇ ସପ୍ତାହ ପରେ ମଧ୍ୟ ଟିସ୍ୟୁରେ ଜୀବନ୍ତ ରହିଥିଲା ଟିସ୍ୟୁରେ ଜୀବିତ ଥିଲେ, କିନ୍ତୁ ତାହାକୁ ଗଳାରୁ ବାହାର କରିଦିଆଯାଇଥିଲା । SARS-CoV-2 ସଂକ୍ରମଣ କେତେ ବିପଦଜନକ ତାହା ଏଥିରୁ ଜଣାପଡୁଛି । ଏହା ଶରୀରରେ ନା କେବଳ ଜୀବିତ ରହିଥିଲା ବରଂ ଏହାଦ୍ବାରା ଶରୀରରେ ଭାଇରସ୍ ସଂଖ୍ୟା ମଧ୍ୟ ବଢିଥିଲା । ଏହା ମହିଳାଙ୍କ ଗର୍ଭକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା । ଏହି ରିସର୍ଚ୍ଚ MedRxivରେ ପୋଷ୍ଟ କରାଯାଇଥିଳା । ମହିଳା ଜଣଙ୍କ ଏକ ହସ୍ପିଟାଲରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ମହିଳା ଯେତେବେଳେ ଦୁଇ ମାସର ଗର୍ଭବତୀ ଥିଲେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ୧୩ ସପ୍ତାହରେ ସେ ତାଙ୍କର ଟେଷ୍ଟ କରାଇଥିଲେ । ସେତେବେଳେ ସେ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ୧୩ ସପ୍ତାହ ପରେ ମହିଳା ଜଣଙ୍କ ଅଲଟ୍ରାସାଉଣ୍ଡ କରାଇଥିଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଭ୍ରୁଣ ନଷ୍ଟ ହୋଇଯାଇଛି । ESIS ହସ୍ପିଟାଲରେ ଏହି ମାମଲା ସଂପର୍କରେ NIRRHକୁ ସଂପର୍କ କରିଥିଲା । ଏହାପରେ NIRRH ମହିଳାଙ୍କ ପରୀକ୍ଷଣ ପାଇଁ ମଞ୍ଜୁରୀ ଦେଇଥିଲେ । ସଂକ୍ରମଣ ସଂପର୍କରେ ଜାଣିବା ପାଇଁ ମହିଳାଙ୍କ ନାକରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ମାତ୍ର ମହିଳା ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ମହିଳାଙ୍କ ପ୍ଲେସେଣ୍ଟା, ଆମନିଓଟିକ୍ ଫ୍ଲୁଇଡ୍ ଏବଂ ଭ୍ରୁଣର ଝିଲ୍ଲି ପରୀକ୍ଷା କରାଯାଇଥିଲା । ଯେତେବେଳେ ଏସବୁର ରିପୋର୍ଟ ଆସିଥିଲା । ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସଂକ୍ରମଣର ୫ ସପ୍ତାହ ପରେ ମଧୟ ଭାଇରସ୍ ପ୍ଲେସେଣ୍ଟାରେ ତାର ସଂଖ୍ୟା ବୃଦ୍ଧି କରି ଗର୍ଭସ୍ଥ ଭ୍ରୁଣ ଉପରେ ତାର ପ୍ରଭାବ ପକାଇଥିଲା। ଯାହା ଫଳ ରେ ମହିଳାଙ୍କର ଗର୍ଭପାତ ହୋଇଥିଲା।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *