କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ପ୍ରେମିଯୁଗଳଙ୍କ ମୃତଦେହ ।ଆଜି ସକାଳୁ କିଛି ଗ୍ରାମବାସୀ ମହୁଲ ଗଛ ରେ ଗୋଟିଏ ପୁଅ ଓ ଝିଅ ର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ପ୍ରେମିଯୁଗଳ ଉକ୍ତ ପୋରାକେଳା ଗ୍ରାମର ନବୀନ ଦଣ୍ଡସେନା ବୟସ ୨୨ ଓ ଝିଅ ଦିପା କହର ବୟସ ୧୬ବର୍ଷ ବୋଲି ଜଣାପଡିଛି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଦୁହେଁ ଆତ୍ମହତ୍ୟା ଭଳି କଠୋର ନିଷ୍ପତି ନେଲେ ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ଏମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ,ସ୍ଥାନୀୟ ତହସିଲଦାର ଉପସ୍ଥିତ ରହି ଶବ ଦ୍ବୟ କୁ ପୋଷ୍ଟ ମଟମ୍ ପାଇଁ ପଠେଇଥିବା ଜଣା ପଡିଛି । ଏହା ଏକ ଆତ୍ମହତ୍ୟା ଏବଂ ବର୍ତମାନ ତଦନ୍ତ ଚାଲିଛି ତଦନ୍ତ ପରେ ସବିଶେଷ ଜଣା ପଡ଼ିବ ବୋଲି କୁହାଯାଇଛି ।
ରିପୋର୍ଟ୍ – ଚିତ୍ରସେନ ବାଗ ଓ ତୁଳମଣି ନାଗ