କେତେ ଭୋଟ୍ ପାଇଲେ ବେଣୁ ମଉସା?

ବାଲେଶ୍ୱର ( ୧୦/୧୧,ପିପିଏଲ୍ ନ୍ୟୁଜ୍ ) : ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୨୨ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି। ତେବେ ବାଲେଶ୍ୱର ଉପନିର୍ବାଚନ ଜଣେ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ଥିଲା। ସେ ହେଉଛନ୍ତି ବେଣୁଧର ବାରିକ।ସୋସିଆଲ ମିଡିଆରେ ବିଜେଡି,ବିଜେପି , କଂଗ୍ରେସ ଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ତେବେ ଆଜି ଭୋଟ୍ ଗଣତିରେ ବେଣୁ ମଉସାଙ୍କୁ କେତେ ଭୋଟ୍‌ ମିଳିଲା, ତାକୁ ନେଇ ସବୁ ଚର୍ଚ୍ଚା। ୨୨ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ବେଣୁ ମଉସାଙ୍କୁ ମାତ୍ର ୧୧୧୪ ଖଣ୍ଡ ଭୋଟ୍ ମିଳିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ।ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ବେଣୁ ମଉସାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ମିଳିଥିଲା। ଏପରିକି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ଓ ରାଣୀ ପ୍ରିୟଦର୍ଶିନୀ ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓ ୭୧,୪୫୬ ଖଣ୍ଡ ଭୋଟ ପାଇ ଆଗରେ ଥିବା ବେଳେ ବିଜେପି ୬୨,୭୯୫ ମତଦାନ ପାଇ ୨ୟ ସ୍ଥାନ ରେ ରହିଛି। ସେହିପରି କଂଗ୍ରେସ ୪୪୪୩ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି।

ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

One Reply to “କେତେ ଭୋଟ୍ ପାଇଲେ ବେଣୁ ମଉସା?”

Leave a Reply

Your email address will not be published. Required fields are marked *