କେନ୍ଦ୍ର ରେ ମନ୍ତ୍ରୀ ହେବେ କି ଅପରାଜିତା ?

ଭୁବନେଶ୍ୱର ( ୦୩/୧୨ , ପିପିଏଲ୍ ନ୍ୟୁଜ୍ ) : ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଙ୍କ ପରେ ଆଉ ଜଣେ ଓଡ଼ିଆ ଙ୍କୁ ମିଳିବ କି କେନ୍ଦ୍ର ରେ ମନ୍ତ୍ରୀ ପଦ ? ଯଦି ହଁ’ ତେବେ କେଉଁ ସାଂସଦ ଙ୍କୁ ମିଳିବ ଏହି ଗୁରୁଦାୟିତ୍ୱ ? ମୋଦି,ଶାହା ଓ ନଡ୍ଡା ଙ୍କ ଗୁଡ଼ ବୁକ ରେ ଅଛି ଓଡିଶା ର କେଉଁ ସାଂସଦ ଙ୍କ ନାଁ ? ଆସନ୍ତା ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ରେ ଅଦଳବଦଳ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଜାତୀୟ ଗଣମାଧ୍ୟମ ରେ ଜୋରଦାର ଚର୍ଚ୍ଚା। ଏହି ଅଦଳବଦଳ ବା ସମ୍ପ୍ରସାରଣ ରେ ଓଡିଶା ରୁ ଆଉ ଜଣେ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇବେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ଓଡିଶା ର କେବଳ ଦୁଇଜଣ ମନ୍ତ୍ରୀ ଅଛନ୍ତି । ସେମାନେ ହେଲେ କ୍ୟାବିନେଟ ରେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ତେବେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଭାରତୀୟ ଜନତା ପାର୍ଟି ଓଡିଶା ରୁ ତୃତୀୟ ମନ୍ତ୍ରୀ ଭାବେ କାହାକୁ ମନୋନୀତ କରିବେ ତାହା ଆଲୋଚନା ର ବିଷୟ । କୁହାଯାଉଛି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ରେ ଭଲ ଇମେଜ ବନେଇଛନ୍ତି । ନିଜ ସଂସଦୀୟ କ୍ଷେତ୍ର ଓ ଦିଲ୍ଲୀ ଦରବାର ସହ ସଦା ସର୍ବଦା ଯୋଡି ହୋଇ ରହୁଛନ୍ତି । ନିଜର ଦୃଢ ନେତୃତ୍ୱ ଓ ଭଲ ସଂଗଠନ ସହିତ ଗୋଟିଏ ବର୍ଷ ର ରିପୋର୍ଟ କାର୍ଡ ନିଜ ନିର୍ବାଚନମଣ୍ଡଳୀ ବାସୀଙ୍କୁ , ବିଜେପି ରାଷ୍ଟ୍ରୀୟ ସଭାପତି ଓ ଗୃହମନ୍ତ୍ରୀ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଜଣେ ମହିଳା ସାଂସଦ ଭାବେ ଅପରାଜିତା ଆଗାମୀ ଦିନରେ ମୋଦି ଙ୍କ ମନ୍ତ୍ରୀମଣ୍ଡଳ ରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ , ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କୁ ମଧ୍ୟ ମନ୍ତ୍ରୀପଦ ପାଇଁ ଅଣଦେଖା କରାଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ – ସୁଶାନ୍ତ କୁମାର ପାଣିଗ୍ରାହୀ

2 Replies to “କେନ୍ଦ୍ର ରେ ମନ୍ତ୍ରୀ ହେବେ କି ଅପରାଜିତା ?”

  1. Aparajita mem ko banana chahia.unake pass jajaba hai.des kelia kuchha bada karane ki nista hai.aise personality ko age badhana chahia.

  2. One of the most talented, energetic, responsible, Reliable, discrimination free , smart and Hard working leader of Bhubaneswar loksabha constituency.If she would be minister .No one can developed as she would do.Any field she is capable to develop and create corruption free atmosphere.

Leave a Reply

Your email address will not be published. Required fields are marked *