କୋଭିଡ୍‌ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ପଢନ୍ତୁ

ଭୁବନେଶ୍ୱର ( ୧୭/୦୬,ପିପିଏଲ ନ୍ୟୁଜ ) : ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର୍ ହୋମ୍‌ ସୁବିଧା ମିଳିବ । ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା ହେବ, ଏହାଦ୍ବାରା ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କ ରହିବାର ବ୍ୟବସ୍ଥା କରାଯିବ । କୋରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସିଧା ହସ୍ପିଟାଲ୍ ନିଆ ନଯାଇ କୋଭିଡ୍‌ କେୟାର୍ ହୋମ୍‌କୁ ନିଆଯିବ । ଟେଷ୍ଟିଂ ପରେ ପଜିଟିଭ୍ ଆସିଲେ ତାଙ୍କୁ ହସ୍ପିଟାଲ୍ ନିଆଯିବ, କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ ପାଇଁ ଗାଁ ଓ ସହର ସବୁଠି ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । ଏଥିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧି ରହିବେଏହା ସହ ଆଶା, ଅଙ୍ଗନୱାଡ଼ି କର୍ମୀ ଓ SHGର ମାଆମାନେ ରହିବେ । କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନରେ ସ୍ବତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କମିଟିର ଦାୟିତ୍ବ ନେବେ । ପ୍ରତି କମିଟିକୁ ୧୦ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ୍‌ କେୟାର ହୋମ୍‌ ଓ TMC ଦାୟିତ୍ବ ସରପଞ୍ଚ ଉପରେ ନ୍ୟସ୍ତ । ଏଥିପାଇଁ ସରପଞ୍ଚମାନଙ୍କୁ ଆର୍ଥିକ ଓ ପ୍ରାଶାସନିକ କ୍ଷମତା ମିଳିବ । ସହରାଞ୍ଚଳରେ ୱାର୍ଡ୍ କମିଟିଗୁଡ଼ିକ ୱାର୍ଡ୍ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ।
ଏଥିରେ ସ୍ଥାନୀୟ ଲୋକେ ଓ ସ୍ବେଚ୍ଛାସେବକମାନେ ସଦସ୍ୟ ରହିବେ

Leave a Reply

Your email address will not be published. Required fields are marked *