ଖୁବଶୀଘ୍ର ସ୍ବାଭାବିକ ହେବ ସ୍ଥିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ଭୁବନେଶ୍ୱର(୨୪ /୦୨,ପିପିଏଲ୍ ନ୍ୟୁଜ୍ ) : ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢ଼ିଛି । ଏହା ଏକ ସାମୟିକ ସ୍ଥିତି । ଧୀରେ ଧୀରେ ଏହାର ମୂଲ୍ୟ ହ୍ରାସ ପାଇବାର ଆଶା ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସପ୍ଲାଏ କରୁଥିବା ଦେଶ ଉପରେ ମଧ୍ୟ ଉତ୍ପାଦନ ବଢ଼ାଇବାକୁ ଚାପ ପକାଯାଇଛି । ଆମେରିକାରେ ବରଫ ଝଡ଼ କାରଣରୁ ମଧ୍ୟ ଉତ୍ପାଦନରେ କିଛିଟା ବ୍ରେକ ଲାଗିଛି । କୋରୋନା କାଳରେ ତୈଳ ଆମଦାନୀ କମିଛି । ସେହି ସମୟରେ ପେଟ୍ରୋଲିୟମ ପଦାର୍ଥରୁ ଆଦାୟ ଟ୍ୟାକ୍ସ ଦେଶର କାମରେ ଆସିଛି । କୋରୋନା ଭ୍ୟାକ୍ସିନ ପାଇଁ 35 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟକୁ ମଧ୍ୟ 135 ପ୍ରତିଶତ ବଢ଼ାଯାଇଛି । ସେପଟେ କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଉପରେ ସର୍ବାଧିକ ଟ୍ୟାକ୍ସ ଲାଗୁଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ଓ କେନ୍ଦ୍ର ଦ୍ବାରା ଗଠିତ ହୋଇଛି ଜିଏସଟି କାଉନସିଲ । ଯାହା ନିର୍ଣ୍ଣୟ କରିବ ପେଟ୍ରୋଲିୟମ ପ୍ରଡକ୍ଟ ଜିଏସଟିରେ କେବେଠାରୁ ଅନ୍ତର୍ଭୁକ୍ତ ହେବ । ଯାହାର ଫାଇଦା ଗ୍ରାହକଙ୍କ ସହ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରୀକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *