ଖୁସି ଖବର ଦେଲେ ନେହା

ନୂଆଦିଲ୍ଲୀ(୧୮/୧୨,ପିପିଏଲ୍ ନ୍ୟୁଜ୍ ) : ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କର ଏବଂ ରୋହନପ୍ରୀତ୍ ସିଂ ଚଳିତ ବର୍ଷ ଅକ୍ଟୋବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ବେଶ ଦେଖିବାକୁ ମିଳିଥିଲା । ତେବେ ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେହା ଓ ରୋହନଙ୍କ ଘରକୁ , ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏକ ନୂଆ ସଦସ୍ୟ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏହାର ସୂଚନା ନେଇଛନ୍ତି ନିଜେ ନେହା ଏବଂ ରୋହନ । ସୋସିଆଲ ମିଡିଆରେ ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରୋହନପ୍ରୀତଙ୍କ ସହିତ ସେ ନଜର ଆସୁଛନ୍ତି । ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ,’ଖୟାଲ ରଖା କରୋ’ । ରୋହନପ୍ରୀତ୍ ମଧ୍ୟ ନେହାଙ୍କ ଏହି ଫଟୋରେ କମେଂଟ କରି ଲେଖିଛନ୍ତି ଯେ,’ଅବ୍ ତ କୁଛ୍ ଜ୍ୟାଦା ହି ରଖନା ପଡେଗା’ । ସୋସିଆଲ ମିଡିଆରେ ଏବେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସମାନେ ଏଥିରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ, ଶୁଭେଚ୍ଛା ଜଣାଉଛନ୍ତି । ନେହା କକ୍କର ଯେମିତି ନିଜର ସୁରିଲା ଆୱାଜରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି , ବେଶ ଭଲପାଇବା ସାଉଣ୍ଟିଛନ୍ତି । ଠିକ୍ ସେମିତି ରୋହନପ୍ରୀତ୍ ମଧ୍ୟ ନିଜର ଗୀତ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।
ରିପୋର୍ଟ -ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *