ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (୧୬ /୦୨,ପିପିଏଲ୍ ନ୍ୟୁଜ୍ ):ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ଆଜି ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଥିଲେ । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନି ଟ୍ରକଟି ଓଲଟିପଡିଥିଲା ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *