ଘୋଷଯାତ୍ରା ପାଇଁ ଚତୁର୍ଥ ଥର ଲାଗି ବୌଦ୍ଧ ଜିଲ୍ଲାରୁ ଯିବ ରଥ କାଠ

ବୌଦ୍ଧ(୦୨ /୦୩, ପିପିଏଲ୍ ନ୍ୟୁଜ୍) :ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚତୁର୍ଥ ଥର ଲାଗି ବୌଦ୍ଧ ଜିଲ୍ଲାରୁ ଯିବ ରଥ କାଠ । ଆଜି ରଥକାଠର ଅନୁକୂଳ ହେବ । ଏଥିପାଇଁ ଗତକାଲି ରାତିରେ ପୁରୀରୁ ୩ଟି ଦଳ ଆଜ୍ଞାମାଳ ନେଇ ଚାରିଛକ ବନବିଭାଗ ବଙ୍ଗଳାରେ ପହଞ୍ଚିଛନ୍ତି । ଏହି ଦଳରେ ବୋର୍ଷ୍ଟ ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ମହାରଣା ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦାର ରବି ଭୋଇ ରହିଥିବା ଜଣାପଡିଛି ।ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମାଧପୁର ରେଞ୍ଜର ରାଣିଗଞ୍ଜ ସ୍ଥିତ ବନଦୁର୍ଗା ମନ୍ଦିରରେ ରୀତିନୀତିରେ ପୂଜାର୍ଚ୍ଚନା ପରେ ଗଛକଟା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ବୃକ୍ଷ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଜି ଗଛକଟା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ବନବିଭାଗ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *