ଚିତ୍ରକୋଣ୍ଡା ରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଚିତ୍ରକୋଣ୍ଡା (୧୭/୦୧,ପିପିଏଲ୍ ନ୍ୟୁଜ୍ ) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥାନୀୟ ଚିତ୍ରକୋଣ୍ଡାର ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ଡ୍ୟାମ ପ୍ରକଳ୍ପ ଚିତ୍ରକୋଣ୍ଡା କାର୍ଯ୍ୟାଳୟ ଏସଡିଓ ଶ୍ରୀ ଉମା ଶଙ୍କର ସାହୁ, ସଂମାନିତ ଅତିଥି ଭାବେ ଯନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାଣିଙ୍କ ସମେତ ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ର ଭଲିବଲ ଖେଳାଳି ମାନଙ୍କ ଉପସ୍ଥିତି ରେ ଚିତ୍ରକୋଣ୍ଡା ବ୍ୟାଙ୍କ ଲାଇନ ସ୍ଥିତ ଛକ ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇ ଯାଇଛି l ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନରେ ଦୁଇଟି ଭଲିବଲ ଟିମ ସ୍ପିଲବାଇ ଟିମ ସହିତ ଅପରେଟ କଲୋନୀ ଭଲିବଲ ଟିମ ର ଖେଳାଳି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା l ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନରେ ସ୍ପିଲବାଇ ଭଲିବଲ ଟିମ ବିଜୟୀ ହୋଇଥିଲେ l ଏଇଭଳି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ୧୬ ଗୋଟି ଭଲିବଲ ଟିମ କୁ ନେଇ ଆଜି ଠାରୁ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ ଜାନୁୟାରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଭଲି ଖେଳରେ ଉତ୍ତୀର୍ଣ ହୋଇଥିବା ଚମ୍ପିୟାନ ଟିମ ଓ ରନର୍ସ ଟିମ କୁ ପୁରସ୍କୃତ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ତରଫରୁ ସୂଚନା ମିଳିଛି l

ରିପୋର୍ଟ – ଅଜୟ ସିକଦାର

Leave a Reply

Your email address will not be published. Required fields are marked *