ଶ୍ରୀନଗର (୧୯/୦୮ , ପିପିଏଲ୍ ନ୍ୟୁଜ୍ ) : କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି।
୨୦୧୯ ଅଗଷ୍ଟରେ ଧାରା ୩୭୦ ହଟାଇବା ପୂର୍ବରୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜାମ୍ମୁ ଓ କାଶ୍ମୀରରେ ୪୦୦ ଆଡିସନାଲ କମ୍ପାନୀ ମୁତୟନ କରିଥିଲେ। ଅଗଷ୍ଟ ୪ ତାରିଖରରୁ ରାଜ୍ୟରେ ଲକ୍ଡାଉନ୍ ଜାରି ହୋଇଥିଲା। ବିଦ୍ରୋହୀ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା।
ବର୍ଷକ ପରେ ସ୍ଥିତି ଧୀରେ ଧୀରେ ସୁଧୁରିବାରୁ ଅନେକ ନେତା ଗୃହବନ୍ଦୀରୁ ମୁକୁଥିଲେ। ଯାତାୟତ ସ୍ୱାଭାବିକ ହୋଇଥିଲା। କାଶ୍ମୀର ଭ୍ୟାଲିରେ ସୁରକ୍ଷା ସ୍ଥିତି ଯାଞ୍ଚ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ରିପୋର୍ଟ – ତପନ କୁମାର ସୂତାର