ଜୀବନ ପାଇଁ ବାଜିରେ ଜୀବନ

ମାଲକାନଗିରି (୨୪/୦୯,ପିପିଏଲ୍ ନ୍ୟୁଜ୍ ) : ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ନଦୀ ପାର କରୁଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଅଙ୍ଗନବାଡି କର୍ମୀ I ଏହି ଭିଡିଓ ଭାଇରାଲ ହେବା ପରେ ଅଙ୍ଗନବାଡି କର୍ମୀଙ୍କୁ ପ୍ରଂଶସା ର ସୁଅ ଛୁଟିବାରେ ଲାଗିଛି l ସ୍ୱାଭିମାନ ଅଞ୍ଚଳର ରେଲାଗେଡା ପଞ୍ଚାୟତର ନେରୁଡୁପାଲୀ ଅଙ୍ଗନବାଡି କର୍ମୀ ହେମଲକା ଶିଶା ଓ ସୁଆପାଲି ଅଙ୍ଗନବାଡି କର୍ମୀ ପ୍ରମିଳା ପାନେଲ ପ୍ରତିଦିନ ଏପରି ନଦୀ ପାର ହେଉଛନ୍ତି l ବର୍ଷାଦିନ ହେଲେ ସୁଆପାଲି ନଦୀ ରେ ଅଧିକ ପାଣି ଆସିଥାଏ l ସୁଆପାଲି ଓ ନେରୁଡୁପାଲି ଅଞ୍ଚଳର ଲୋକେ ଏକ ପ୍ରକାର ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ରହିଥାନ୍ତି l ଅନ୍ୟ ଉପାୟ ନଥିବାରୁ ଲାଉ ତୁମ୍ବା ସାହାଯ୍ୟରେ ନଦୀ ପାର ହେଉଛନ୍ତି lସେହିପରି ସୁଆପାଲୀ ନଦୀ ଆରପାରିରେ ଅଙ୍ଗନବାଡି କେନ୍ଦ୍ର ରହିଥିବାରୁ ଦୁଇ କର୍ମୀ ପ୍ରତିଦିନ ଏଭଳି ବିପଦପୂର୍ଣ୍ଣ ଭାବେ ନଦୀ ପାର ହେବାରେ ଗ୍ରାମବାସୀ ଉଭୟଙ୍କୁ ସହଯୋଗ କରୁଛନ୍ତି l ସୁଆପାଲୀ ନଦୀରେ ଦେଶୀ ଡ଼ଙ୍ଗା କିମ୍ବା ସରକାର ଙ୍କ ତରଫରୁ କୌଣସି ମୋଟର ବୋଟ୍ ନଥିବାରୁ ଲୋକେ ଏଭଳି ଜୀବନ କୁ ବାଜି ଲଗାଇ ନଦୀ ପାର ହେଉଛନ୍ତି l ପାହାଡ଼ି ନଦୀ ହୋଇଥିବାରୁ ନଦୀ ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଲୋକେ ଭାସି ଯାଉଥିବା ମଧ୍ୟ ଜଣାପଡ଼ିଛି l ତେଣୁ ରାଲେଗଡା ପଞ୍ଚାୟତବାସୀ ତୁରନ୍ତ ଶୁଆପାଲୀ ନଦୀ ରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି l

ରିପୋର୍ଟ୍ – ଦିଲ୍ଲୀପ କୁମାର ପଟ୍ଟନାୟକ

Leave a Reply

Your email address will not be published. Required fields are marked *