ଝାରସୁଗୁଡ଼ା ରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

ଝାରସୁଗୁଡ଼ା (୦୮ ।୧୨ ,ପିପିଏଲ୍ ନ୍ୟୁଜ୍ ): ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ଡ଼ାକରା । ଦେଶର ବିଭିନ୍ନ କୃଷକ ସଂଗଠନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହିପ୍ରରିପେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ପିକେଟିଂ ମଧ୍ୟ କରାଯାଉଛି ।ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଦେଶର ୧୮ଟି ରାଜନୈତିକ ଦଳ ଓ ୫୦ରୁ ଅଧିକ ଗଣ ସଂଗଠନ ସମର୍ଥନ କରିଛନ୍ତି । ଝାରସୁଗୁଡା ସହର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଆଜି ସମସ୍ତ ଗଣ ସଂଗଠନ ସହ ଭାରତୀୟ କମ୍ୟୁନିଷ୍ଟପାର୍ଟି, କଂଗ୍ରେସ, ସିପିଏମ୍ ସହ ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ପିକେଟିଂ କରି ବାଇପାସ ଛକରେ ଅବରୋଧ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ ଯୋଗୁଁ ଝାରସୁଗୁଡା ସହ ବେଲପାହଡ,ବ୍ରଜରାଜନଗର,ସୁନ୍ଦରଗଡ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ ହୋଇଛି |କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲରେ ଚାଷୀଙ୍କୁ ଶୋଷଣ କରି ପୁଞ୍ଜିପତିଙ୍କୁ ସହଯୋଗ କରାଯାଉଛି । ଆଇନରେ ପରିବର୍ତ୍ତନ କରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପେଟ ପାଟଣାକୁ ନଷ୍ଟ କରିବାକୁ ଉଦ୍ୟମକୁ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ଯୋଗୁଁ ଝାରସୁଗୁଡା ସହରର ଦୋକାନ ବଜାର ଖୋଲା ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଆଜିର ଭାରତ ବନ୍ଦକୁ ସଫଳ କରିବାକୁ ବାଇପାସ ଛକରେ କଂଗ୍ରେସ ସମେତ ଅନ୍ୟାନ ପାର୍ଟି ପକ୍ଷରୁ ପିକେଟିଂ କରାଯାଇଛି । ସେହିପରି କୋଲାବିରା ବ୍ଲକ ପତ୍ରାପାଲି ଛକରେ ଲୋକାମୁକ୍ତି ସଂଗଠନର ଆବାହକ ଅନନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଷୀ ମୂଲିଆ ରାସ୍ତା ଅବରୋଧ କରିଛନ୍ତି।

ରିପୋର୍ଟ -ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *