ଟିସୁ କିଣିବାକୁ ନେଇ ଦୀପିକାଙ୍କ ସହ ହେଲା ଇସୁ

ମୁମ୍ବାଇ (୨୬ /୦୨, ପିପିଏଲ୍ ନ୍ୟୁଜ୍) : ବେଳେବେଳେ ସେଲିବ୍ରେଟି ମାନେ ଏମିତି କିଛି ପରିସ୍ଥିତିରେ ଫସିଯାଆନ୍ତି , ଯାହା ସମ୍ପର୍କରେ ସେମାନେ କେବେ ଭାବି ନଥାନ୍ତି । ଫ୍ୟାନ୍ସମାନେ ନିଜ ନିଜର ପସନ୍ଦିତା ସେଲିବ୍ରେଟିଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହିତ ହୋଇ ଥାଆନ୍ତି । ସେଭଳି ପରିସ୍ଥିତିକୁ ସମ୍ଭାଳିବା ସେଲିବ୍ରେଟିଙ୍କ ପାଇଁ କାଠିକର ପାଠ ହୋଇଯାଇଥାଏ । ଠିକ୍ ସେମିତି ହିଁ କିଛି ଘଟଣା ଘଟିଛି ଦୀପିକା ପାଦୁକୋନଙ୍କ ସହ । ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଭିଡ ଭିତରେ ଥିବା ନଜର ଆସୁଛନ୍ତି । କେବଳ ଏତିକି ନୁହେଁ, ତାଙ୍କ ବ୍ୟାଗକୁ ଟଣାଟଣା କରିବା ସମୟରେ ସେ ସାମାନ୍ୟ ଡରି ଯାଇ ଆଗକୁ ବଢୁଥିବା ନଜର ଆସୁଛନ୍ତି । ଏହି ଘଟଣା ଦୀପିକାଙ୍କ ସହ ସେତେବେଳେ ଘଟିଛି , ଯେତେବେଳେ ସେ ସୁଟିଂ ସାରି ପାଖରେ ଥିବା ଏକ ରେଷ୍ଟୁରାଣ୍ଟକୁ ଡିନର ପାଇଁ ଯାଇ ପହଞ୍ଚିଥିଲେ । ତାଙ୍କୁ ଆଉଟଲେଟରୁ ବାହାରକୁ ବାହାରୁ ଥିବା ଦେଖି ତାଙ୍କ ଫ୍ୟାନ୍ସ,ପାପାରାଜିଙ୍କ ସମେତ , କିଛି ଟିସୁ ବିକ୍ରି କରୁଥିବା ମହିଳା ମଧ୍ୟ ସେଠାରେ ଯାଇ ପହଞ୍ଚି ଯାଇଥିଲେ । ଏହାପରେ ଉକ୍ତ ମହିଳା ମାନେ ଦୀପିକାଙ୍କୁ ଟିସୁ କିଣିବା ପାଇଁ କହୁଥିଲେ । ଏହାରି ମଧ୍ୟରେ ଦୀପିକା ତାଙ୍କ କାର ପାଖରେ ପହଞ୍ଚିବା ସମୟରେ କେହି ଜଣେ ତାଙ୍କ ହ୍ୟାଣ୍ଡବ୍ୟାଗ୍ ଟାଣିବାକୁ ଚେଷ୍ଟା କରୁଥିଲେ । ହେଲେ ଦୀପିକା ତାଙ୍କ ବ୍ୟାଗ୍ ଧରି ନେଇଥିଲେ। ଏହି ଭିଡିଓଟି ଏବେ ବେଶ ଭାଇରଲ ହେଉଛି।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *