ବେଲଗୁଣ୍ଠା(୨୪/୧୦,ପିପିଏଲ୍ ନ୍ୟୁଜ୍) : ଗତ କାଲି ଅର୍ଥାତ ଶୁକ୍ରବାର ରାତି ରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ଆହତ ଜଣକ ହେଲେ ବେଲଗୁଣ୍ଠା ଫାଣ୍ଡି ଜିରୋଳି ଗ୍ରାମର ଦେବରାଜ ଗୌଡ଼ ।ତାଙ୍କ ବୟସ ୪୦ ବୋଲି ଜଣାପଡିଛି। ମିଳିଥିବା ଖବର ପ୍ରକାରେ ଦେବରାଜ ଗତକାଲି ରାତିରେ ବେଲଗୁଣ୍ଠା ଜଗନ୍ନାଥପ୍ରସଦ ଛକରେ ବସିଥିବା ବେଳେ ବାଲିପଦର ପଟୁ ଜଗନ୍ନାଥପ୍ରସାଦ ଆଡ଼କୁ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଦେବରାଜଙ୍କ ଡାହାଣ ଗୋଡ଼କୁ ଚଢେଇ ଦେବା ଫଳରେ ଗୋଡ଼ରୁ ପ୍ରବଳ ରକ୍ତସ୍ରାବ ହେବା ସହ ସେଠାରେ ଅଚେତ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିବା ସହ ପ୍ରାଥମିକ ଚିକିତ୍ସା କରିଥିଲେ ଓ ପରେ ଅଧିକ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ନେଇଥିଲେ । ଆଜି ଦେବରାଜଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇ ଦେଇଥିବା ଜଣା ପଡିଛି । ବେଲଗୁଣ୍ଠା ଫାଣ୍ଡି ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
ରିପୋର୍ଟ – ରାଜେଶ ପାତ୍ର
