ତୁରୁଗୁଡି ଛକ ରେ ଦୁର୍ଘଟଣା ଜଣେ ମୃତ

କୋରାପୁଟ(୨୦/୧୧,ପିପିଏଲ୍ ନ୍ୟୁଜ୍) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଅନ୍ତର୍ଗତ ସଡାବାଡିଗ୍ରାମ ରେ ଏକ ଅଭାବନୀୟ ଘୋଟଣା ଘଟିଛି । ସଡାବାଡିଗ୍ରାମର ଅଜୟ ବିଡିକା କୈଣସି କାଯ୍ଯରେ ରାୟଗଡା ଯାଈଥିଲେ। ରାୟଗଡା ରୁ ଫେରୁଥିବା ବେଳେ ତୁରୁଗୁଡି ଛକରେ ମଟର ସାଈକେଲେ ର ଭାରସାମ୍ୟ ହରାଈ ରାସ୍ତାରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ରେ ସେ ମୃତ୍ୟୂ ବରଣ କରିଛନ୍ତି। ଅଜୟ ବିଡିକା ପିତା ସାଲୁପୁ ବିଡିକା ଅଜୟ ବିଡିକାଙ୍କ ତିନଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଆଜି ସକାଳେ ଖବର ପାଇ ପରିବାର ଲୋକ ଘୋଟଣା ସ୍ଥଳରେ ପହଞ୍ଚିି ଶବ କୁ ଚିହ୍ନଟ କରି ବନ୍ଧୁଗାଁ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବକୁ ଜବତ କରି ବନ୍ଧୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର କୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଥିବା ବନ୍ଧୁଗାଁ ଥାନାଧିକାରୀ ସବ୍ୟସାଚୀ ସତପଥୀ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା କୁ ହତ୍ୟା ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରିଛନ୍ତି।
ରିପୋର୍ଟ – କିଶୋର ପରିଡାଲ୍

Leave a Reply

Your email address will not be published. Required fields are marked *