ଥଣ୍ଡା ଜ୍ଵର ରେ ୨୦ଦିନ ରେ ଗଲାଣି ୨୭ଜୀବନ।ପ୍ରଶାସନ ପାଖେ ନାହିଁ ଖବର।

ଗଞ୍ଜାମ(୨୩/୦୭,ପିପିଏଲ୍ ନ୍ୟୁଜ୍ ) : ଦେଶ ସହ ଏବେ ରାଜ୍ୟ ରେ ମଧ୍ୟ କରୋନା ତାର ବିକଟା ଳ ରୂପ ଦେଖାଇ ଚାଲିଛି।ରାଜ୍ୟ ସବୁଠୁ ଅଧିକା କରୋନା ସଂକ୍ରମିତ ଜିଲ୍ଲା ଭାବେ ଆଗରେ ରହିଛି ଗଞ୍ଜାମ। ଏଠାରେ କରୋନା କୁ ଛାଡ଼ି ସଧାରଣ ଥଣ୍ଡା ଜ୍ଵର ବି ନେଇ ଚାଲିଛି ଜୀବନ। କରୋନାର କଟକଣା ସମୟରେ ଗଂଜାମରେ କରୋନାକୁ ବଳିଗଲାଣି ଥଣ୍ଡା ଜ୍ୱର ।  ଡାକ୍ତରଖାନା ନଆସି ୨୦ ଦିନରେ ଗଲାଣି ୨୭ରୁ ଅଧିକ ଜୀବନ । କରୋନା ବର୍ତମାନ ଗଂଜାମ ଜିଲ୍ଲାର ସ୍ଥିତି ଦୋହଲାଇଦେଇଥିବା ବେଳେ ନିୟନ୍ତ୍ରଣ ଭିତରକୁ ଆସିପାରୁନି ସ୍ଥିତି । ଏପରି ସ୍ଥିତିରେ ଚିନ୍ତାବଢାଇଲାଣି ଥଣ୍ଡାଜ୍ୱର । ତାଲାବନ୍ଦର କଟକଣା ଭିତରେ ଲୋକେ ଜ୍ୱର, ଥଣ୍ଡାକାଶ ପରି ସାଧାରଣ ଲୋକଙ୍କୁ ମିଳିପାରୁନି ଉପଯୁକ୍ତ ସୁବିଧା । ଋତୁ ବଦଳୁଥିବାରୁ ଜ୍ୱର , ଥଣ୍ଡା ଆକ୍ରାନ୍ତ ସଂଖ୍ୟା ବି ବଢୁଛି । ଏପରି ସ୍ଥିତିରେ ଥଣ୍ଡା ଜ୍ୱରରେ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ଉଦବେଗର ବିଷୟ ହୋଇଛି । ଏହି ମୃତକଙ୍କ ତାଲିକା ଡାକ୍ତରଖାନାରେ ନାହିଁ କି ପ୍ରଶାସନ କୁ ଜଣା ନାହିଁ । ଏମାନେ ସନ୍ଦିଗ୍ଧ କୋଭିଡ୍ ମୃତକରେ ବି ଆସୁନାହାନ୍ତି । ବର୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ୱର, ଥଣ୍ଡା ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି । କରୋନା ଭାବି ଲୋକେ ଜ୍ୱର ଓ ଥଣ୍ଡାକୁ ଲୁଚାଉଛନ୍ତି ଫଳ ରେ ଉପଯୁକ୍ତ ଚିକିତ୍ସା ପାଇନପାରି ଶେଷରେ ଜୀବନ ହରାଉଛନ୍ତି ଲୋକେ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *