ରାଜ୍ୟରେ ପୁଣି ଚିହ୍ନଟ ହେଲେ ୩୩୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର(୨୭/୦୮,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ଦୁଇ ଦିନ ହେବ ତିନି ହଜାର ଅତିକ୍ରମ କରିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ । କାଲିର ରେକର୍ଡ ଆଜି ଭାଙ୍ଗିଲା ଭଳି ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ସପ୍ତାହେ ହେଲା ରାଜ୍ୟରେ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଠାବ ହେଉଥିବା ବେଳେ ଦୁଇ ଦିନ ହେବ ୩ହଜାର ଉପରେ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ । ରାଜ୍ୟ ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୦ ହଜାର ପାର କଲାଣି । ତେବେ ଆଜି ମଧ୍ୟ ସାରା ଓଡିଶାରୁ ୩୩୮୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।
ଆଜି ରାଜ୍ୟରେ ସର୍ବାଧିକ ୩୩ ଶହ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୧ ଶହ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୧୨୫୬ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨୭ ହଜାର ୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨ ହଜାର ୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଦିନିକିଆ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଚାଲିଛି ଖୋର୍ଦ୍ଧା। ଆଜି ବି ଖୋର୍ଦ୍ଧାରେ ସର୍ବାଧିକ ୫୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୧୭୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୧୯ ଜଣ, ବରଗଡରୁ ୧୫୭ ଜଣ, ଗଂଜାମରୁ ୧୭୭ ଜଣ, ଯାଜପୁରରୁ ୧୭୬ ଜଣ, ମୟ୍ରୁରଭଂଜରୁ ୧୭୭ ଜଣ, ରାୟଗଡ଼ାରୁ ୧୫୪ ଜଣ, ପୁରୀରୁ ୧୨୧ ଜଣ, ସମ୍ବଲପୁରରୁ ୧୮୨ , ସୁନ୍ଦରଗଡାରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩ ଜଣ, ଭଦ୍ରକରୁ ୮୨ ଜଣ, ବଲାଙ୍ଗୀରରୁ ୯୯ ଜଣ, ଢେଙ୍କାନାଳରୁ ୬୦, ଦେବଗଡରୁ ୧୬, ଗଜପତିରୁ ୯, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯,ମାଲାକାନଗିରିରୁ ୪୪ , ନବରଙ୍ଗପୁରରୁ ୩୧, କେନ୍ଦ୍ରାପଡାରୀୁ ୭୬, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୩ ଜଣ ଆକାନ୍ତ ଚିହ୍ନଟ ହୋଇଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *