ଧାରଣାରେ ଯାତ୍ରା କଳାକାର

ଭୁବନେଶ୍ୱର (୨୨/୦୨, ପିପିଏଲ୍ ନ୍ୟୁଜ୍) :କରୋନା ମହାମାରୀ ଭିତରେ ଦୀର୍ଘ ୧୧ ମାସ ହେବ ଯାତ୍ରା ବନ୍ଦ ରହିଥିବା ବେଳେ ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା । ଆଜି ଲୋୟର ପିଏମଜିରେ ଆମରଣ ଅନଶନ ଓ ଧାରଣାରେ ବସିଛନ୍ତି ଯାତ୍ରା କଳାକାର । ଯାତ୍ରା ନଚାଲିଲେ କଳାକାର କେମିତି ବଂଚିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏମିତି ବଂଚିବା ଅପେକ୍ଷା ଆତ୍ମହୁତି ଦେବା ଭଲ କହିଛନ୍ତି ଦୈତାରୀ ପଣ୍ଡା ।ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଂକଟରେ ଅଛନ୍ତି । ତେଣୁ ରାଜ୍ୟ ସରକାର ଦାବି ପୂରଣ ନକଲେ ଜିଲ୍ଳାବ୍ୟାପୀ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ସରକାର ଦାବି ନମାନିବେ ଶେଷରେ ସାଢେ ୩ ଲକ୍ଷ କଳାକାର ରାଜ୍ୟ ଛାଡିବେ ବୋଲି କହିଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *