ପଞ୍ଚାୟତ କୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା

କେନ୍ଦୁଝର (୨୦/୦୨, ପିପିଏଲ୍ ନ୍ୟୁଜ୍) : ଦିନକୁ ଦିନ ସହର ରୁ ଗ୍ରାମକୁ ମଦ ପିଇବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ମଦ ଯୋଗୁଁ ବହୁ ଲୋକଙ୍କ ପରିବାର ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡିକରେ ଏହି ସମସ୍ୟା ବୃଦ୍ଧି ପାଉଛି । ଗ୍ରାମର ପୁରୁଷ ଲୋକ ମଦ୍ୟପାନ କରି ଘରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏହାକୁ ବିରୋଧ କରି ସାମ୍ନା କୁ ଆସିଛନ୍ତି ମହିଳାମାନେ । ଆଜିକେନ୍ଦୁଝରଜିଲ୍ଲା ସଦର ବ୍ଲକ ନେଲୁଙ୍ଗ ପଞ୍ଚାୟତରେ ସମାଜସେବୀ ଚନ୍ଦ୍ରମଣି ସିଂ ଙ୍କ ନେତୃତ୍ୱରେ ଶତାଧିକ ମହିଳା ମାନେ ଏକାଠି ହୋଇ ମଦ ମୁକ୍ତ ପଞ୍ଚାୟତ ଗଠନ କରିବାକୁ ଶପଥ ନେଇଛନ୍ତି । ପଞ୍ଚାୟତ ର ଶତାଧିକ ମହିଳା ବ୍ୟାନର ପ୍ଲାକ କାର୍ଡ ଧରି ମଦ ବିରୋଧୀ ସ୍ଲୋଗାନ ଦେବା ସହ ପଞ୍ଚାୟତ ର ପ୍ରତି ଗ୍ରାମରେ ଶୋଭାଯାତ୍ରା କରିଥିଲେ । ପରେ ଏକ ସ୍ଥାନୀୟ ଆମ୍ବୁଆପଶି ପାଲା ମଣ୍ଡପ ଠାରେ ମଦ ବିରୋଧୀ ସମାବେଶ କରିଥିଲେ । ଆଗାମୀ ଦିନରେ ମଦ ଯୋଗୁଁ କାହାର ପରିବାର ଉଜୁଡି ନଯାଉ ସେନେଇ ଯତ୍ନବାନ ହେବା ପାଇଁ ମହିଳା ମାନେ ସଂକଳ୍ପ ନେଇଥିଲେ ।

Leave a Reply

Your email address will not be published. Required fields are marked *