ପୁଣି ଫେରିଲା ରାତ୍ରିକାଳୀନ କର୍ଫ୍ୟୁ

ଅହମଦାବାଦ(୨୧ /୧୧ ,ପିପି ଏଲ ନ୍ୟୁଜ): ଅହମଦାବାଦ ପ୍ରଶାସନ ପୁଣି ଥରେ ସହରରେ ରାତି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସହରରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ କରାଯିବ। ଏଠାରେ ୨୨୦ ଜଣ ନୂଆ କରୋନାଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ଚିହ୍ନଟ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହମଦାବାଦରେ ୪୬,୦୨୨ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।ପାର୍ବଣ ଋତୁରେ ସମୟରେ ହଠାତ୍ କରୋନା ସଂକ୍ରମଣର ନୂଆ ମାମଲା ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ସହରର ଡାକ୍ତରଖାନାଗୁଡ଼ିକର କୋଭିଡ-୧୯ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ଉପଲବ୍ଧ କରାଯାଇଛି ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ରିପୋର୍ଟ -ସ୍ଵପ୍ନାଲିକା ବରାଡ଼

Leave a Reply

Your email address will not be published. Required fields are marked *