କଟକ ( ୨୬/୦୭, ପିପିଏଲ୍ ନ୍ୟୁଜ୍ ) : ହାଇକୋର୍ଟ୍ ରୁ ଦୁଇଟି ଝିଅ ତାଙ୍କ କାର୍ଯ୍ୟ ସାରି ଫୁଲନଖରା ଫେରିବା ସମୟରେ ତାଙ୍କ ସ୍କୁଟି ର ଚକା ଲିକ୍ ହୋଇ ଯାଇଥିଲା,କିନ୍ତୁ ଲକ୍ ଡାଉନ୍ ପାଇଁ ସବୁ ଦୋକାନ ବନ୍ଦ ଅଛି ପୁଣି ସେହି ସମୟରେ ହାଇକୋର୍ଟ ଛକ ରେ ଚେକିଂ ମଧ୍ୟ ଚାଲିଥାଏ ,କଣ କରିବେ ବୋଲି ଭାବୁ ଥିବା ସମୟ ରେ ଚେକିଂ ପାଖରେ ପହଞ୍ଚି ଥିଲେ। ଆଉ ସେଠି ଥିଲେ ଏ.ଏସ. ଆଇ ବେଣୁଧର ଦାସ ଯିଏ କି ଆଗରୁ ମଧ୍ୟ ଚର୍ଚ୍ଚା ର ବିଷୟ ପାଲଟି ସାରିଛନ୍ତି ଜଣ ବ୍ୟକ୍ତିଙ୍କର ଜରୁରୀ କାଗଜ ଥିବା ବ୍ୟାଗ୍ ଟି ଫେରାଇ । ପୁଣି ଏବେ ଆଉ ଥରେ ସେ ସମସ୍ତଙ୍କ ସମ୍ମୁଖ କୁ ଆସିଛନ୍ତି ଏହି ପରି ଭାବେ ଝିଅ ଜଣ ଙ୍କୁ ସାହାଯ୍ୟ କରି। ଲକ୍ ଡାଉନ୍ ରେ ଗ୍ୟାରେଜ୍ ସବୁ ବନ୍ଦ କିନ୍ତୁ ଏହି ମହାନ୍ ବ୍ୟକ୍ତି ସେହି ଦୁଇ ଟି ଝିଅ ଙ୍କର ଗାଡି ରଖି ସଙ୍ଗେ ସଙ୍ଗେ ଗ୍ୟାରେଜ୍ ମେକାନିକ ଙ୍କୁ ଆଣି ସ୍କୁଟି ଟିର ଚକା ସଜାଡି ସେହି ଦୁଇ ଝିଅ ଙ୍କୁ ସମ୍ମାନ ର ସହ ବିଦାୟ ଦେଲେ ଏବଂ ସେମାନେ ମଧ୍ଯ ପୁଲିସ୍ ଙ୍କ ଏଭଳି ସାହାଯ୍ଯ କୁ ଦେଖି ତାଙ୍କୁ ଧନ୍ଯବାଦ୍ ଜଣାଇଲେ ।

Marvellous social work no doubt!
ବହୁତ ବହୁତ ଧନ୍ୟବାଦ ବେଣୁ ବାବୁ ଆପଣ ଜଣେ ପରଉପକାରୀ ବ୍ୟକ୍ତି | ଆପଣ ମୋତେବି ସାହାଯ୍ୟ କରିଛନ୍ତି |ଏହି ଭଳି ବ୍ୟକ୍ତି ପୋଲିସ ବିଭାଗରେ ବହୁତ କମ ଅଛନ୍ତି |