ପେଟ୍ରୋଲିୟମ୍ ମନ୍ତ୍ରୀ କହିଲେ, ଟିକସ ଆଦାୟ ଛଡା ଅନ୍ୟ ବିକଳ୍ପ ନାହିଁ

ଭୁବନେଶ୍ୱର (୨୩ /୦୨, ପିପିଏଲ୍ ନ୍ୟୁଜ୍) : ୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ତେଲ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସେ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରିୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚକୁ ଚଳିତ ବଜେଟ୍ ୧୩୭ ପ୍ରତିଶତ କରାଯାଇଛି । ଗତ ଥର ଅପେକ୍ଷା ବଜେଟରେ ଖର୍ଚ୍ଚ ପରିମାଣ ୩୨ ପ୍ରତିଶତ ରହିଥିବାରୁ ଟିକସ ଅର୍ଥରେ ଏହି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *