ପୋଲିସ ଡିଜି ଅଭୟଙ୍କ ନେତୃତ୍ୱରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ବର ( ୧୬/୦୬,ପିପିଏଲ୍ ନ୍ୟୁଜ୍) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅତିରିକ୍ତ ଡି.ଜି ରେଳବାଇ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା, ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଡି.ସି.ପି ଭୁବନେଶ୍ୱର/କଟକ, ଏସ୍.ଆର୍.ପି କଟକ/ରାଉରକେଲା ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଥିଲେ । ପ୍ରମୁଖ ବିଷୟ (୧) ଅତିରିକ୍ତ ମାନକ ସମ୍ବଳ ପ୍ରଦାନ କରି ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ। ଉପରୋକ୍ତ ପ୍ରମୁଖ ପ୍ରସଙ୍ଗ ସହ ନିମ୍ନଲିଖିତ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତାରିତ ଆଲୋଚନା କରାଯାଇଥିଲା । (୨) କାର୍ଯ୍ୟାଳୟରେ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଯଥା କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ଅବଲମ୍ବନ, ଗିରଫ, ଅନୁସନ୍ଧାନ ଓ ତଦନ୍ତ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା । (୩) କୋଭିଡ – ୧୯ ସଂବନ୍ଧୀୟ ନିୟମକୁ କଡାକଡି ପ୍ରବର୍ତ୍ତନ କରିବା, ସଚେତନତା ସୃଷ୍ଟି କରିବା ଓ ଜନହିତୈଷୀ କାର୍ଯ୍ୟ କରିବାକୁ ପୋଲିସକୁ ପରାମର୍ଶ (୪) ପୋଲିସ କର୍ମଚାରୀଙ୍କ ବିଭିନ୍ନ ପ୍ରସଙ୍ଗ । (୫) ନିର୍ଭୟା ପାଣ୍ଠି ରୁ ଥାନା ଗୁଡିକ ପାଇଁ ବିଭିନ୍ନ ସରଞାମ କ୍ରୟ (୬) ସି.ସି.ଟି.ଏନ୍.ଏସ୍ ପ୍ରସଙ୍ଗ । (CCTNS) (୭) ବ୍ୟକ୍ତିଗତ ସୁରକ୍ଷ୍ୟା ସରଞ୍ଜାମ (PPE)ଏବଂ ଅନ୍ୟାନ୍ୟ ଉପକରଣ,ସାନିଟାଇଜର ଆଦିର ଯୋଗାଣ । ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଡି.ଜି ଗୁଇନ୍ଦା ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା), ଆ.ଜି (ରାଜ୍ୟ ଅପରାଧ ନଥି ସସ୍ଥା), ଆଇ.ଜି (ଆଧୁନିକିକରଣ), ଆଇ.ଜି (ପ୍ରୋଭିଜନିଙ୍ଗ) ଓ ଆଇ.ଜି (ପର୍ସୋନେଲ) ଉପସ୍ଥିତ ଥିଲେ

ରିପୋର୍ଟ୍ – ସନ୍ତୋଷ ସାହୁ

Leave a Reply

Your email address will not be published. Required fields are marked *