ପୋଲିସ ବଡ଼ବାବୁ ନିଲମ୍ବିତ ! ଏହି କାରଣ ପାଇଁ ହେଲେ…..

ଭୁବନେଶ୍ୱର (୦୧/୦୭ , ପିପିଏଲ୍ ନ୍ୟୁଜ୍) : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି। ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ନାବାଳିକାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଡିଜିପି।ଘଟଣା ଟି ଥିଲା କିଛି ଏପରି ନିନ୍ଦନୀୟ।ନାବାଳିକାକୁ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ ଗର୍ଭପାତ କରାଇଥିଲା। ଏନେଇ ବୀରମିତ୍ରପୁର ଥାନାର ବଡବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ କରିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଜଣେ ନାବାଳିକାର ବୟାନକୁ ଆଧାର କରି ୬ ଜଣଙ୍କ ନାଁରେ ଦିଆଯାଇଥିବା ଏଫଆଇଆର ଦିଆଯାଇଥିଲା। ବିଶ୍ରାରେ ଥିବା ଏକ ସେଲ୍ଟର ହୋମ୍ ଦିଶାରେ ପୀଡିତାଙ୍କୁ ରଖିଥିଲା ପୋଲିସ୍।ତେବେ ଖୋଦ୍ ଜିଲ୍ଲାପାଳ ଦିଶାକୁ ବୁଲି ଯିବା ବେଳେ ନାବାଳିକାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ତାକୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତାପରେ ପୁରା ମାମଲାରୁ ପରଦା ଉଠିଥିଲା। ନାବାଳିକା ଜଣକ ଥାନା ବଡବାବୁଙ୍କ ସହ ୨ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।ଶେଷରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ଡିଜିପି ଅଭୟ ଟ୍ୱିଟ୍ କରି ଜଣାଇଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ କହିଛନ୍ତି। ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ କହିଛନ୍ତି ଡିଜିପି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *