ବଢ଼ିଚାଲିଛି କରୋନା ସଂଖ୍ୟା: ଆଜି ୧୧୦ ନୁଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ( ୧୦/୦୬, ପିପିଏଲ ନ୍ୟୁଜ୍) :ରାଜ୍ୟରେ ହୁ ହୁ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୧୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩୩ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ୧୧୦୬ ଟି ଆକ୍ଟିଭ କେସ୍ ରହିଛି ଏବଂ କରୋନାରେ ମୃତ୍ୟୁ ସଂଖ୍ୟା ପୂର୍ଵ ପରି ୯ରେ ସୀମିତ ରହିଛି।
ଆଜି ଚିହ୍ନଟ ହୋଇଥିବ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ ଜଣ , ଖୋର୍ଦ୍ଧାରୁ ୧୪ ଜଣ , ଗଜପତିରୁ ୧୧ ଜଣ , ପୁରୀରୁ ୭ ଜଣ , ନୟାଗଡ , ରାୟଗଡା, ମୟୁରଭଞ୍ଜ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ , ବରଗଡରୁ ୨ ଜଣ , କେନ୍ଦ୍ରାପଡା , ଭଦ୍ରକ , ବଲାଙ୍ଗିର , କେଉଁଝର , ବୌଦ୍ଧ , କୋରାପୁଟ , ଝାରସୁଗଡାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *