ବଲିଉଡ ଭାଇଜାନ୍ ସଲମାନ ଖାନ ଙ୍କୁ ହତ୍ୟା ଷଡଯନ୍ତ୍ର : ଖୁଲାସା କଲା ହରିୟାଣା ପୋଲିସ

ହରିୟାଣା(୧୯/୦୮,ପିପିଏଲ୍ ନ୍ୟୁଜ୍) : ବଲିଉଡ ଜଗତ ର ଭାଇଜାନ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ । ହରିୟାଣାର ଫରିଦାବାଦରେ ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ହରିୟାଣା ପୋଲିସ। ଗିରଫ ଦୁର୍ବୃତ ହେଲା ରାହୁଲ ସାଙ୍ଗା ଓରଫ ବାବା । ଦୁର୍ବୁତ ଜଣ ଙ୍କୁ ପଚରାଉଚରା ବେଳେ ସେ ସ୍ୱୀକାର କରିଛି ଯେ, ସେ ସଲମାନ ଖାନଙ୍କୁ ଧମକ ଦେଇଥିଲା , ଏପରିକି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ରେକି ବି କରିଥିଲା । ରାହୁଲ ହେଉଛି ହରିୟାଣା ଓ ରାଜସ୍ଥାନରେ ସକ୍ରିୟ ଥିବା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ । କୃଷ୍ଣସାର ମୃଗ ହରିଣ ଶୀକାର ମାମଲାରେ ଏହି ଗ୍ୟାଙ୍ଗ ର ରାଡାରରେ ଥିଲେ ସଲମାନ । ଏମିତିକି କୋର୍ଟରେ ହାଜର ସମୟରେ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା । ଏକ ହତ୍ୟା ମାମଲାରେ ୧୫ ଅଗଷ୍ଟରେ ରାହୁଲଙ୍କୁ ଉତରାଖଣ୍ଡରୁ ଗିରଫ କରିଥିଲା ପୋଲିସ।
ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଫରିଦାବାଦ ଅଣାଯାଇଥିଲା । ଏଠାରେ ଅଧିକ ପଚରାଉଚରାବେଳେ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହେଉଥିବା କଥା ରାହୁଲ ପୁଲିସ ଆଗରେ ସ୍ୱୀକାର କରିଛି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ର ସଦସ୍ୟ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରୁଥିଲେ । ବର୍ତ୍ତମାନ ଦୁର୍ଦ୍ଦାନ୍ତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ରାଜସ୍ଥାନର ଭରତପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି ।


ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *