ବାଇକ କୁ ପିଟିଲା ଆମ୍ବୁଲାନ୍ସ ; ଅଳ୍ପକେ ବର୍ତିଲେ 24News Odia ସାମ୍ବାଦିକ

ଖୋର୍ଦ୍ଧା (୨୨/୦୮ , ପିପିଏଲ୍ ନ୍ୟୁଜ୍ ): ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ରୁ ବାଙ୍କୀ ଅଭିମୁଖେ ଯାଉଥିବା 24News Odia ର ଜଣେ ସାମ୍ବାଦିକ ଙ୍କୁ ପଛପଟୁ ଏକ ଆମ୍ବୁଲାନ୍ସ ଧକା ଦେଇଥିଲା । ଆମ୍ବୁଲାନ୍ସ ଟିର ଡ୍ରାଇଭର ପ୍ରବଳ ମଦ୍ୟପାନ କରି ଧକ୍କା ଦେଇଥିବା ଜଣାପଡ଼ିଥିଲା ଫଳରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଆହତ ହୋଇଥିଲ। ଆମ୍ବୁଲାନ୍ସ ଟିକୁ ଘଟଣା ସ୍ଥଳରେ ଅଟକାଇଥିଲେ ସ୍ଥାନୀୟ ଲୋକେ । ଏହି ସାମ୍ବାଦିକ ଜଣଙ୍କ ବାଇକ ଯୋଗେ ଯାଉଥିଲେ । ଏ ନେଇ ଆମ୍ବୁଲାନ୍ସ ଟି ପଛପଟୁ ଯାଇ ବାଇକ କୁ ଧକା ଦେଇ ଘୋଷାଡ଼ି ନେଇଯାଇଥିଲା । ମାତ୍ର ଯୁବକ ଜଣକ ଛିଟିକି ପଡି ଅଳ୍ପକେ ବର୍ତି ଯାଇଛନ୍ତି । ଘଟଣା ରୁ ସେହି ଯୁବକ ଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି l ମିଳିଥିବା ସୂଚନା ଅନୁସାରେ ବାଙ୍କୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି । ଆମ୍ବୁଲାନ୍ସ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *