ବାପା ହେଲେ ବିରାଟ କୋହଲି

ମୁମ୍ବାଇ ( ୧୧/୦୧,ପିପିଏଲ୍ ନ୍ୟୁଜ୍ ) : ବାପା ହେଲେ ବିରାଟ। ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କ‌ା ଶର୍ମା। କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲୀ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିଛି ଦିନ ତଳେ ଅନୁଷ୍କା ବିରାଟଙ୍କ ସହ ଫଟୋ ଟୁଇଟ କରି ଗର୍ଭବତୀ ଥିବା କଥା କହିଥିଲେ। ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପ୍ରସବ ପାଇଁ ଅନୁଷ୍କାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଟୁଇଟ କରି ଜଣାଇଛନ୍ତି ବିରାଟ। ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *