ବିଜେଡ଼ି ରୁ ବିଦା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(୨୯/୧୧,ପିପିଏଲ୍ ନ୍ୟୁଜ୍) :  ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ବିଧାୟକ । ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟାଟା ମୋଟର୍ସ ଚାକିରି ନାଁ ରେ ଠକେଇ ଘଟଣା ରେ ସନ୍ଦେହ ଘେର ରେ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ବର୍ତ୍ତମାନ ସେ ଦଳ ରୁ ବିଦା ହୋଇଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *