ବୋଇତାଳୁ ଜୁସ୍

ଭୁବନେଶ୍ୱର (୨୬ /୦୨, ପିପିଏଲ୍ ନ୍ୟୁଜ୍) :ବୋଇତାଳୁ ଏକ ଏମିତି ପରିବା, ଯେଉଁଥିରେ ସ୍ୱାସ୍ଥ୍ୟ ଉପକାରୀ ଅନେକ୍ ଗୁଣ ଭରି ରହିଛି । ଏଥିରୁ ପ୍ରସ୍ତୁତ ଜୁସ୍ ଶରୀରର ଅନେକ୍ ରୋଗବେମାରୀକୁ ଦୂର କରିବାରେ ସାହାଯ୍ୟ କରେ । ବୋଇତାଳୁରୁ ଭଳିକିଭଳି ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବୋଇତାଳୁ ଜୁସ୍‌ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।ବୋଇତାଳୁ ଜୁସ୍ ପ୍ରତିଦିନ ସେବନ କରିବା ଦ୍ୱାରା, ଏହା ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ମଜବୁତ୍ ଇମ୍ୟୁନିଟି ଶରୀରର ଅନେକ୍ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।ବୋଇତାଳୁ ଜୁସ୍ ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ । ଏଥିରେ ଭରି ରହିଥିବା ତତ୍ୱ ଶରୀରରେ ଥିବା ଖରାପ ପଦାର୍ଥକୁ , ୟୁରିନ୍ ମାଧ୍ୟମରେ ବାହାର କରି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।କିଡ୍‌ନି ଷ୍ଟୋନ ସମସ୍ୟା ପାଇଁ ବୋଇତାଳୁ ଜୁସ୍ ଲାଭଦାୟକ ହୋଇଥାଏ । ଲଗାତାର କିଛି ଦିନ ଯାଏଁ ଏହି ଜୁସ୍ ପିଇବା ଦ୍ୱାରା, ଏହି ସମସ୍ୟା ଦୂର ହୋଇଥାଏ ।ବୋଇତାଳୁ ଜୁସ୍‌ରେ ଭିଟାମିନ୍‌’ସି’, ‘ଇ’ ଭଳି ଆହୁରି ଅନେକ୍ ଗୁଣକାରୀ ତତ୍ୱ ମିଳିଥାଏ । ଯାହା ତ୍ୱଚା ପାଇଁ ବହୁତ୍ ଜରୁରୀ ବୋଲି କୁହାଯାଏ । ଏହି ଜୁସ୍ ପିଇବା ଦ୍ୱାରା , ଏହା ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବାରେ ସାହାଯ୍ୟ କରେ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *