ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ : ୨୫ରୁ ଉର୍ଦ୍ଧ୍ଵ ଆହତ

ଖଜୁରିପଡ଼ା (୧୮/୧୨,ପିପିଏଲ୍ ନ୍ୟୁଜ୍) : ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା କଥା ଜଣାପଡ଼ିଛି। ଟିକିବାଲିରୁ ଭୁବନେଶ୍ୱର ଯାଉଥିବା ‘ରାଜା’ ନାମକ ଉକ୍ତ ବସ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।ଚିକିତ୍ସା ନିମନ୍ତେ ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଖଜୁରିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆନୁଷଙ୍ଗିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ – ବିକାଶ ମିଶ୍ର

One Reply to “ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ : ୨୫ରୁ ଉର୍ଦ୍ଧ୍ଵ ଆହତ”

Leave a Reply

Your email address will not be published. Required fields are marked *