ଭୋଟ୍ ପାଇଁ ନୋଟ୍ : ତିର୍ତ୍ତୋଲ୍ ର ଗରାମ ରେ ଉତ୍ତେଜନା

ଜଗତସିଂହପୁର (୦୨/୦୯,ପିପିଏଲ୍ ନ୍ୟୁଜ୍) : ଆସନ୍ତା କାଲି ହେବାକୁ ଯାଉଛି ଦୁଇ ଦୁଇଟି ଉପନିର୍ବାଚନ। କିନ୍ତୁ ଏହି ସମୟ ରେ ସାମ୍ନା କୁ ଆସିଛି ଟଙ୍କା ଦେଇ ଭୋଟ କିଣା ଯାଉଥିବା ର ଅଭିଯୋଗ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ବ୍ଳକ ଅଧିନସ୍ଥ ଗରାମ ପଞ୍ଚାୟତ ରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଗ୍ରୁପ ମାନଙ୍କୁ ନିର୍ବାଚନ ପାଇଁ ୪୦୦୦ ଟଙ୍କା ଲେଖାଏଁ ଦିଆ ଯାଉଥିବା ର ଅଭିଯୋଗ ହୋଇଛି। । ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ଏହା ସହ ସେମାନେ କହିଛନ୍ତି ଯେ ଆମକୁ ଏକ ଖାମରେ ୪୦୦୦ ଟଙ୍କା ଦିଆଯାଇଥିଲା ଓ କୁହାଯାଇଥିଲା ଶଙ୍ଖ ଚିହ୍ନ ରେ ଭୋଟ୍ ଦେବାକୁ। ସେମାନେ ଏ ଘଟଣା ଜାଣିଲା ପରେ ଏ ଟଙ୍କା ପୂର୍ବତନ ସରପଞ୍ଚ ଙ୍କୁ ଫେରେଇବାକୁ ଯାଇଥିଲେ। ସେତେବେଳେ ମହିଳା ମାନଙ୍କ ସହିତ ଯୁବ କଂଗ୍ରେସ ର ସଦସ୍ୟ ମାନେ ମଧ୍ୟ ଯାଇଥିଲେ । ସେମାନେ ଭିଡିଓ କରିବାକୁ ଚାହୁଁଥିବା ବେଳେ ସେତେବେଳେ ସେ ଭିଡିଓ ବନ୍ଦ କରିବାକୁ କହିଥିଲେ କିନ୍ତୁ ଯୁବ କଂଗ୍ରେସ ସଦସ୍ୟ ମାନେ ଭିଡିଓ ବନ୍ଦ ନ କରିବାରୁ ସେଠାରେ ଉପସ୍ଥିତ ଥିବା ଯୁବ କଂଗ୍ରେସ ର ସଦସ୍ୟ ମାନଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା…

ରିପୋର୍ଟ୍ – ପ୍ରଭାତ ପରିଡା

One Reply to “ଭୋଟ୍ ପାଇଁ ନୋଟ୍ : ତିର୍ତ୍ତୋଲ୍ ର ଗରାମ ରେ ଉତ୍ତେଜନା”

Leave a Reply

Your email address will not be published. Required fields are marked *