ମହାପ୍ରଭୁ ଙ୍କ ନାଗାର୍ଜୁନ ବେଶ କୁ ସପରିବାର ସହ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନୂଆ ଦିଲ୍ଲୀ(୨୮/୧୧,ପିପିଏଲ୍ ନ୍ୟୁଜ୍) : ମହାନଗର ଦିଲ୍ଲୀ ରେ ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ପରିଚାଳିତ ହାଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପବିତ୍ର କାର୍ତ୍ତିକ ମାସ ର ମଳପଞ୍ଚୁକ ତିଥିରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆଜି ବେଶ ଶ୍ରଦ୍ଧା, ଭକ୍ତି ଭାବନା ସହ ଅନୁଷ୍ଠିତ ହୋଇଯାଇଛି। ଅଳଙ୍କାର ପ୍ରିୟ ହରି ଙ୍କ ଏହି ଦୁର୍ଲଭ ବେଶ ଦୀର୍ଘ ପଚିଶିବର୍ଷ ପରେ ହେଉଥିବା ଦୃଷ୍ଟି ରୁ ଏବଂ ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ମନ୍ଦିର ପ୍ରତିଷ୍ଠିତ ହେବାପରେ ପ୍ରଥମଥର ପାଇଁ ଶ୍ରୀ ଜୀଉ ମାନଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେଉଥିବା ଦୃଷ୍ଟି ରୁ ସ୍ଥାନୀୟ ପ୍ରବାସୀ ଓଡ଼ିଆ ଙ୍କ ମହଲ ରେ ଆଜି ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ଶ୍ରୀ ବିଗ୍ରହ ମାନଙ୍କ ଦୈନିନ୍ଦୀନ ନୀତି ସମ୍ପନ୍ନହେବା ପରେ ପରେ ଶ୍ରୀଜୀଉ ମାନଙ୍କୁ ନାଗାର୍ଜୁନ ବେଶ ରେ ସୁସଜ୍ଜିତ କରାଯାଇଥିଲା ଏବଂ ଉପସ୍ଥିତ ଥିବା କମ ସଂଖ୍ୟକ ଭକ୍ତ ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନୁପାଳନ ପୂର୍ବକ ଓ ସାମାଜିକ ଦୂରତା ବଜାୟ ରଖି ଶ୍ରୀ ଜୀଉ ମାନଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ସହ ଆଜି ପୂର୍ବାହ୍ନ ଦଶଟାରେ ଆସି ସାମାଜିକ ଦୂରତା ବଜାୟରଖି ମାସ୍କ ପରିଧାନ କରି ଶ୍ରୀ ବିଗ୍ରହ ମାନଙ୍କ ଆଜିର ଦୁର୍ଲଭ ବେଶ ଦର୍ଶନ କରିବା ସହ ପ୍ରଭୁ ଙ୍କ କୃପାଭିକ୍ଷା କରିଥିଲେ। ସାମ୍ପ୍ରତିକସ୍ଥିତି ରେ ଦେଶ ରେ ସୃଷ୍ଟି ହୋଇଥିବା ମହାମାରୀ କରୋନା କୁ ଦୃଷ୍ଟି ରେ ରଖି ଏବଂ ସରକାର ଙ୍କ ଗାଇଡ଼ଲାଇନ ଅନୁପାଳନପୂର୍ବକ ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ କେବଳ ଦୁଇ ଦୁଇଜଣ ଭକ୍ତ ଙ୍କୁ ମନ୍ଦିର ଭିତରକୁଦର୍ଶନ ପାଇଁ ଛଡାଯାଉଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ସଂସ୍କୃତି ଓ ବିଧି ପରମ୍ପରା ରକ୍ଷା କରାଯାଇ ଶ୍ରୀ ନୀଳାଚଳ ସେବାସଙ୍ଘ ଆଜି ପ୍ରଥମ ଥର ଶ୍ରୀବିଗ୍ରହ ମାନଙ୍କ ଏହି ଦୁର୍ଲଭ ବେଶ କରିଅଛି। ଏବଂ ରାତି ପହଡ଼ ପଡିବା ଯାଏ ଭକ୍ତ ମନେ କୋଭିଡ ଗାଇଡ଼ଲାଇନ ମାନି ଜଣେ ଜଣେ ଯାଇ ଶୃଙ୍ଖଳିତ ଭାବେ ଦର୍ଶନ କରି ପାରିବେ ବୋଲି ମନ୍ଦିର ସମ୍ପାଦକ ଶ୍ରୀ ରବୀନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ଆଜିର ଏହି ପବିତ୍ର ଉତ୍ସବ ରେ ମନ୍ଦିର ପରିଚାଳନା କମିଟି ର ଅଜୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, କୋଷାଧକ୍ଷ ପଙ୍କଜମହାନ୍ତି, ସଦସ୍ୟ ରଙ୍କନିଧି ସାହୁ, ଅଶୋକ ପ୍ରଧାନ , ଅମ୍ବୁଲ୍ୟଓଝା, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, କେଦାରନାଥ ତ୍ରିପାଠୀ, ସନ୍ତୋଷ ରାଉତ,ଓଡ଼ିଆ ମହାମଞ୍ଚ ଅଧକ୍ଷ ଗୋବର୍ଦ୍ଧନ ଧଳ, ବିପିନ ଦଳେଇ, (ବାପି )ପ୍ରଦୁମ୍ନ ବଳ, ସଂଜୟ ମିଶ୍ର, ରମାକାନ୍ତ ପ୍ରଧାନ, ହେମାପ୍ରଧାନ, କ୍ଷୀରୋଦ ପାତ୍ର, ମନ୍ଦିର ପରିଚାଳକ ରଶ୍ମିରଞ୍ଜନ ବେହେରା, ସୁଶାନ୍ତଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିବା ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *